ବାରକୋଟ/ ସୁଦାମ ବେହେରା: ଆଜି ସକାଳୁ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ଶ୍ରୀୟା ପେଟ୍ରୋଲ ପମ୍ପ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନର ଲୋକଙ୍କ ସହାୟତା ରେ ଊଦ୍ଧାର କରାଯାଇଛି l
ସୂଚନା ଅନୁସାରେ, NH49 ସମ୍ବଲପୁର ପଟୁ କଲିକତା ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ କଣ୍ଟେନର ହଠାତ କଲା ଗ୍ରାମ ଶ୍ରୀୟା ପେଟ୍ରୋଲ ପମ୍ପ ନିକଟରେ ଖରାପ ହୋଇ ଯାଇଥିଲା l ଏହି ସମୟରେ କଲା ଗ୍ରାମ ର ଲୋକ ସେହି ବାଟରେ ଯାଉଥିବା ସମୟରେ ଗାଡିରେ ଗୋରୁଙ୍କୁୁ ବିକଳ ଚିତ୍କାର ଶୁଣି ଗାଡିକୁ ଯାଞ୍ଚ କରିବା ଫଳରେ ଗାଡି ନମ୍ବର OR01T3722 ରୁ ପ୍ରାୟ ୮୦ ଗଟି ଗୋରୁଙ୍କୁ କଲା ଗ୍ରାମର ଗ୍ରାମବାସୀଙ୍କ ଦ୍ୱାରା ଊଦ୍ଧାର କରାଯାଇଛି l ଏହି ସମ୍ପକରେ ସୂଚନା ପାଇ ବାରକୋଟ ପୋଲିସ ଘଟଣା ସ୍ଥଳରେ ପହଁଚିଥିବା ବେଳେ ଅଧିକ ଯାଞ୍ଚ କରୁଛି ଓ ଘଟଣା ସ୍ଥଳରୁ ଗାଡିର ଡ୍ରାଇଭର ଓ ହେଲ୍ପର ଫେରାର ଅଛନ୍ତି ଓ ଏହି ଘଟଣା ସମ୍ପର୍କ ରେ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l