ଖାଣ୍ଡିଆ ଜଳପ୍ରପାତକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ନେଇ ଅଣ୍ଟା ଭିଡୁଛନ୍ତି ସ୍ଥାନୀୟ ଅଧିବାସୀ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ବର୍ତମାନ ପିକନିକ୍ ରୂତୁ ଚାଲିଥିବା ବେଳେ ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ ମାନଙ୍କରେ ଭିଡ଼ ପରିଲକ୍ଷିତ ହେଉଅଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶଙ୍ଖାଭଙ୍ଗା ନିକଟରେ ଥିବା ଖାଣ୍ଡିଆ ଜଳପ୍ରପାତରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭ୍ରମଣ କାରୀ ଆସୁଥିବା ଦେଖିବାକୁ ମିଳୁଛି। ବର୍ତମାନ ଖାଣ୍ଡିଆ ଜଳପ୍ରପାତ ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ଏକ ଆକର୍ଷଣୀୟ ପିକନିକ୍ ସ୍ପଟ୍ ଭାବରେ ପରିଗଣିତ ହେଉଥିବା ଜଣାଯାଏ।ମୁଖ୍ୟ ଆକର୍ଷଣ ଖାଣ୍ଡିଆ ଜଳପ୍ରପାତ ସହିତ ଆକର୍ଷଣୀୟ ଶୁଷ୍କ ଶାନ୍ତ ବଣ ପାହାଡ ଘେରା ବାତାବରଣ, କୁଳୁକୁଳୁ ଶବ୍ଦ, ସୁନ୍ଦର ବଣଭୋଜି ସ୍ଥାନ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଥିବା ଜଣାପଡିଛି। ଫଳରେ ଏହି ପାହାଡ଼ିଆ ଶାନ୍ତ ସୁନ୍ଦର ସବୁଜିମା ବାତାବରଣ ଦର୍ଶନ ପାଇଁ ଆସିଥିବା ଦର୍ଶକୁ ବେସ୍ ଆକର୍ଷିତ କରୁଥିବା କହୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଦର୍ଶକ। ଫଳରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଦର୍ଶକ ଯାହା ଫଳରେ ଏଠାରେ ପାନୀୟଜଳ ପାଇଁ ଗୋଟିଏ ନଳକୂପ ଥିବାରୁ ବହୁ ଭିଡ଼ ହେଉଥିବା ଦେଖିବାକୁ ମିଳିଛି। ବହୁଲୋକ ପାନୀୟଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ଅଞ୍ଚଳବାସୀ। ସେଥିପାଇଁ ଆଉ କିଛି ନଳକୂପ ପାଇଁ ଅନୁରୋଧ କରୁଛନ୍ତି।ଭିଡ଼ ପାଇଁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ ଯୋଗାଇ ଦିଆଯାଉ କହିଛନ୍ତି।ସହିପରି ଆସୁଥିବା ଦର୍ଶକ ବିପଦ ସଙ୍କୁଳ ଅବସ୍ଥାରେ ଜଳ ପ୍ରପାତ ନିକଟକୁ ପାହାଡ଼ରେ ଚଢୁଥିବା ଲୋକଙ୍କ ପାଇଁ ସିଡି ସହିତ ଲୁହା ଗ୍ରିଲ୍ ସହିତ ରାସ୍ତା ପାଇଁ ସରକାରଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି।