ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା । ୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୦ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ବାଦ୍ ପଡିଥିବାବେଳେ ପରବର୍ତ୍ତୀ ତାଲିକାରେ ତାଙ୍କ ନାମ ଆସିପାରେ ବୋଲି କୁହାଯାଉଛି । ଏହି ପ୍ରାର୍ଥୀ ତାଲିକାରେ ଥିବା ପ୍ରମୁଖ ଚେହେରାଗୁଡ଼ିକ ହେଲେ ରାଜପୋରାରୁ ଅର୍ଶିଦ ଭଟ୍ଟ, ଶୋପିଆଁରୁ ଜାବେଦ ଅହମ୍ମଦ କାଦରୀ, ଅନନ୍ତନାଗ ପଶ୍ଚିମରୁ ମହମ୍ମଦ ରଫିକ ବାନି, ଅନନ୍ତନାଗରୁ ଆଡଭୋକେଟ ସୟଦ ୱଜାହତ, ଶିଶତୱାଡରୁ ଶଗୁନ ପରିହାର, ଡୋଡାରୁ ଗଜୟ ସିଂହ ରାଣା, ପମ୍ପୋରାରୁ ସୟଦ ଶୌକତ ଗୟୁର ଅନ୍ଦ୍ରାବି, ବିଜବେହରାରୁ ସୋଫି ୟୁସୁଫ।

ସୂଚନା ଅନୁଯାୟୀ, ଜାମ୍ମୁକାଶ୍ମୀରରେ ଆସନ୍ତା ସେପ୍ଟେମ୍ଵର ୧୮ ତାରିଖରୁ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ, ୨୩ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ।