ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ନୂଆ ଅତିଥି । ଖୁସିରେ ଝୁମିଲେ ପ୍ରାଣୀଉଦ୍ୟାନର ସଦସ୍ୟ । କାରଣ ଚତୁର୍ଥ ଥର ପାଇଁ ମା’ ହୋଇଛି ସିଂହୀ ‘ବିଜଲୀ’ । ସିଂହ ‘ସମ୍ରାଟ’ ସହ ମିଳନ ପରେ ଗର୍ଭବତୀ ହୋଇଥିଲା ‘ବିଜଲୀ’ । ଏବେ ୫ଟି ଶାବକ କୁ ଜନ୍ମ ଦେଇଥିବା ବେଳେ ଉଭୟ ମା’ ଓ ଛୁଆଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମାଆ ବିଜଲୀ ଛୁଆମାନଙ୍କ ଯତ୍ନ ନେଉଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ , ୨୦୨୧ ମସିହା ଜୁଲାଇ ୨୧ରେ ବିଜଲୀ ପ୍ରଥମଥର ପାଇଁ ମା ହୋଇ ୪ ଟି ଛୁଆ ଜନ୍ମକରିଥିଲା । ପରେ ୨୦୨୨ ମାର୍ଚ୍ଚ ୧୭ ରେ ଦ୍ୱିତୀୟ ଥର ଓ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମାଆ ହୋଇଥିଲା ବିଜଲୀ । ଏବେ ଚତୁର୍ଥ ଥର ପାଇଁ ମାଆ ହୋଇଛି ସିଂହୀ । ଏହାପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିବା କୁହଯାଉଛି ।