ଭୁବନେଶ୍ୱର: ଆଖି ବୁଜିଲା କ୍ରିଶ । ନନ୍ଦନକାନନରେ ସିଂହ କ୍ରିଶ ର ମୃତ୍ୟୁ ଘଟିଛି। ଆଜି ସକାଳ ୯ଟାରେ ସିଂହ କ୍ରିଶର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ତେବେ ୧୬ଜୁନ ୨୦୦୪ରେ ଜନ୍ମ ହୋଇଥିଲା କ୍ରିଶ। କ୍ରିଶର ଦୁଇଟି ସନ୍ତାନ ଅଛନ୍ତି। ସେମାନେ କଳ୍ପନା ଏବଂ ଜିତ୍। ତେବେ ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲା। ଏହି କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଛି ।