ମକାବାଡି ରେ କାମ କରୁଥିବା ବେଳେ ବଜ୍ରାଘାତ : ୬ଗୁରୁତର

ଝରୀଗାଁ /ବସନ୍ତ କୁମାର ସାହୁ: ରାଜ୍ୟରେ ଜାରି ରହିଛି କାରବୈଶାଖି ଜନିତ ବର୍ଷା ।ବର୍ଷା ସାଙ୍ଗକୁ ବଜ୍ରାଘାତ ଦେଖିବାକୁ ମିଳଛି । ଆଜି ବଜ୍ରାଘାତରେ ଛଅ ଜଣ ଗୁରୁତର ହୋଇଥିବା ବେଳେ ଛଅ ଜଣ ଯାକ ଗୋଟିଏ ପରିବାର ର ହୋଇଥିବା ପକୁହାଯାଉଛି । ମେବେ ମକାବାଡ଼ ରେ କାମକରୁଥିବା ଅବସ୍ଥାରେ ବଜ୍ରାଘାତ ଘଟି ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ସୂଚନା ମୁତାବକ ଆଜି ଚିତାବେଡା ଗ୍ରାମ ସିରାସାହିର ଗୋଟିଏ ପରିବାର ର ଛଅଜଣ ଏକ ମକା ବାଡ଼ ରେ ମକା ଭାଙ୍ଗିବାକୁ ଯାଇଥିବା ବେଳେ ଏଭଳି ଦୁର୍ଘଟର ଶିକାର ହୋଇଛନ୍ତି । ତେବେ ମକା ଲୋଡ଼ କରିବାଲାଗି ପିକଅପ ଭ୍ୟାନ ଡ୍ରାଇଭର ଘଟଣା ସ୍ଥଳରୁ ଉଦ୍ଧାର କରି ଏମାନଙ୍କୁ ଗାଁ କୁ ନେଇଆସିଥିଲା । ତେବେ ଏହି ଛ ଜଣ ଗୁରୁତର ହେଲେ ଚିତାବେଡା ଗ୍ରାମପଂଚାୟତ ତଥା ଚିତାବେଡା ସିରାସାହିର ନିଲମ ଗୌଡ଼, ସୁମନି ଗୌଡ଼, ପ୍ରମିଳା ଗୌଡ଼, ରାଇବାରୀ ଗୌଡ଼, ପାଞ୍ଜଳି ଗୌଡ଼, ଦୈମତି ଗୌଡ ବୋଲି ଜଣାପଡିଛି । ଗୁରୁତର ଛଅ ଜଣ ଯାକ ଚିତାବେଡା ଠାରୁ ତେଲଗା ମଧ୍ୟରେ ଥିବା ଏକ ମକାବାଡ଼ ରେ କାମକରୁଥିବା ଅବସ୍ଥାରେ ହଟାତ ବିଜୁଳି ଘଡଘଡି ମାରିବାରୁ ସମସ୍ତେ ବାଡ଼ ମଧ୍ୟରେ ଥିବା ଏକ କୁଡ଼ିଆ ଭିତରେ ଆଶ୍ରୟ ନେଇଥିଲେ । ଏପଟେ ତୁହାକୁ ତୁହା ବିଜୁଳି ଘଡଘଡି ମାରୁଥିବା ବେଳେ ଏଥିରୁ ନିସ୍ତାର ପାଇନଥିଲେ ଏମାନେ । ଶେଷରେ ଉକ୍ତ କୁଡ଼ିଆ ଠାରେ ବଜ୍ରାଘାତ ହେବା ଫଳରେ ଆଶ୍ରୟ ନେଇଥିବା ଛଅ ଜଣ ଯାକ ଗୁରୁତର ହୋଇପଡିଛନ୍ତି ତେବେ ସମସ୍ତଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଉମରକୋଟ ଡାକ୍ତର ଖାନାକୁ ନିଆଯାଇଥିବା ବେଳେ ବର୍ତ୍ତମାନ ମେରକୋଟ ମେଡିକାଲ ଠାରେ ଚିକତ୍ସା ପରେ ସମସ୍ତେ ସୁସ୍ଥ ଥିବା ଖବର ମିଳିଛି ।