ବିଦ୍ୟାଳୟରେ ବଜ୍ରପାତ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ, ପାଚିକା ଗୁରୁତର

ଆଠଗଡ : ବଜ୍ରପାତରେ ଫାଟିଲା ବିଦ୍ୟାଳୟର କାନ୍ଥ । ଏଭଳି ଘଟଣା ଘଟିଛି ଆଠଗଡ ବ୍ଲକ ତୋଟାପଡା ଉପ୍ରା ବିଦ୍ୟାଳୟରୁ । ଏହି ବଜ୍ରପାତରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ, କ୍ଲାସ ଚାଲିଥିବା ସମୟରେ ହୋଇଥିଲା ବଜ୍ରପାତ ଏଥିରେ ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପାଚିକା ଗୁରୁତର ହୋଇଥିବା କୁହାଯାଉଛି । ତେବେ ତାଙ୍କୁ ଉଦ୍ଧାର କରି ଆଠଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟର ପ୍ରଥମ ଓ ୨ୟ ଶ୍ରେଣୀ ଗୃହରେ ବଜ୍ରପାତ ହୋଇଥିବା ବେଳେ ବଜ୍ରପାତରେ ଟିଭି, ଫ୍ୟାନ୍, ଅନେକ ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଯାଇଥିବା କୁହାଯାଉଛି । ଏହାସହ ସ୍କୁଲଗୃହ କାନ୍ଥ ମଧ୍ୟ ଫାଟିଛି।