ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍ ର ଶିକାର ହେବାରୁ ବଞ୍ଚିଲେ ଲାଇଫଗାର୍ଡ

ପୁରୀ:- ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍ ର ଶିକାର ହେବାରୁ ବଞ୍ଚିଲେ ଲାଇଫଗାର୍ଡ । ବେଳାଭୂମିରେ ତିନିଜଣ ପର୍ଯ୍ୟଟକ ନିଶାଶକ୍ତ  ଅବସ୍ଥାରେ ଶୋଇଥିବା ବେଳେ ଜଣେ ମହିଳା ଓ ପୁରୁଷ ପର୍ଯ୍ୟଟକ ମାନଙ୍କ ଠାରୁ ଟଙ୍କା ଲୁଟ୍ କରିଥିଲେ। କିନ୍ତୁ ବେଳାଭୂମିରେ ଥିବା କିଛି ଲାଇଫଗାର୍ଡ ଏ ସମ୍ପର୍କରେ ଜାଣି ସମ୍ପୃକ୍ତ ଲୁଟେରା ମହିଳା ଓ ପୁରୁଷଙ୍କୁ ଧରି ତାଙ୍କଠାରୁ ଟଙ୍କା ଜବତ କରି ପର୍ଯ୍ୟଟକ ମାନଙ୍କୁ ଫେରାଇଥିଲେ। ୧୦୦ କି ୨୦୦ ଟଙ୍କା ନୁହେଁ ୫ହଜାର ଟଙ୍କା ଲୁଟ୍ କରି ଧରାପଡିଥିଲେ ଭିକ୍ଷାବୃତ୍ତି କରୁଥିବା ମହିଳା ଓ ପୁରୁଷ। ବେଳାଭୂମିରେ ମୁତୟନ ହୋଇଥିବା ଲାଇଫଗାର୍ଡ ମାନେ କେବଳ ଯେ ଗଭୀର ସମୁଦ୍ରରୁ ପର୍ଯ୍ୟଟକ ମାନଙ୍କୁ ବଞ୍ଚାଇଥାନ୍ତି ତା ନୁହେଁ ବରଂ ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ଜାଣି ଲୁଟେରାଙ୍କ ଠାରୁ ଟଙ୍କା ଜବତ କରି ସେମାନଙ୍କୁ ଫେରାଇବା ଘଟଣାକୁ  ସାଧାରଣରେ ପ୍ରଶଂସା କରାଯାଇଛି।