ଗଞ୍ଜାମ / ରଜନୀକାନ୍ତ ପାତ୍ର : ଠାକୁରାଣୀ ଯାତ୍ରାରେ ଅଘଟଣ । ଦୋଳିରେ ଚାପି ହୋଇ ଜଣଙ୍କର ଜୀବନ । ଗଂଜାମ ଜିଲ୍ଲା ବୁଗୁଡା ପଞ୍ଚଠାକୁରାଣୀ ଯାତ୍ରାରେ ଅ।ଜି ଏକ ଅଘଟଣ ଘଟିଥିବା ସୂଚନା ରହିଛି । ଯାତ୍ରାର ଅ।ଜି ସେଶ ଦିନ ହୋଇଥିବା ବେଳେ ପଂଚଠାକୁରାଣି ନଗର ପରିଭ୍ରମଣ କରୁଥିବା ବେଳେ ମନୋରଂଜନ ପାଇଁ ଅ।ସିଥିବା ବ୍ରେକଡ୍ୟାନ୍ସ ଦୋଳିରେ ଚାପି ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ଜଣକ ମୟୂରଭଂଜ ଜିଲ୍ଲାର କୁନୁ ମଣ୍ଡା ବୋଲି ସୂଚନା ମିଳିଥିବା ବେଳେ ସେ ଗଲା ଅନେକ ବର୍ଷ ହେବ ଦୋଳିରେ କର୍ମଚାରୀ ଭାବେ କାର୍ୟ୍ୟରତ ଥିଲେ । ତେବେ ଅ।ଜି ଦୋଳି ଚାଲିଥିବା ବେଳେକୌଣସି କାରଣ ବସତଃ ସେ ଛିଟିକି ପଡି ମୃତ୍ୟୁ ବରଣ କରିଥିବା ବେଳେ ବୁଗୁଡା ପୋଲିସ ଶବକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।