ଆଜି ହେଉଛି ବୌଦ୍ଧ ପୂର୍ଣ୍ଣିମା : ଆସନ୍ତୁ ଜାଣିବା ଗୌତମ ବୁଦ୍ଧଙ୍କ ଜୀବନ ବିଷୟରେ

ବୁଦ୍ଧମ ଶରଣମ ଗଛାମି, ଶ୍ରଦ୍ଧା ଓ ଅହିଂସାର ଦୂତ

ଭୁବନେଶ୍ୱର : ଆଜି ହେଉଛି ବୌଦ୍ଧ ପୂର୍ଣ୍ଣିମା | ବୌଦ୍ଧ ଧର୍ମଲମ୍ବି ମାନେ ଆଜି ଏହି ଦିନଟିକୁ ପାଳନ କରିଥାନ୍ତି | ମାନ୍ୟତା ରହିଛି ବୈଶାଖ ପୂର୍ଣ୍ଣିମା ଦିନ ବୌଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧ ଏହି ଦିନ ଜନ୍ମ ହୋଇଥିଲେ | ଗୌତମ ବୁଦ୍ଧଙ୍କ ଜୀବନରେ ଏପରି ଅନେକ ଘଟଣା ଘଟିଥାଏ ଯାହା ଜଣେ ବ୍ୟକ୍ତିଙ୍କୁ କିଛି ନା କିଛି ଶିକ୍ଷା ଦେଇଥାଏ | ତେବେ ଆସନ୍ତୁ ଜାଣିବା ସେହି ଦିବ୍ୟ ପୁରୁଷଙ୍କ ବିଷୟରେ …

ଗୌତମ ବୁଦ୍ଧ ଖ୍ରୀଷ୍ଟ ପୂ.୫୬୬ରେ ନେପାଳ ସ୍ଥିତ କପିଳାବାସ୍ତୁ ନିକଟ ଲୁମ୍ବିନୀ ଉପବନରେ ବୈଶାଖ ପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲା ଦିନର ନାମ ଥିଲା ସିଦ୍ଧାନ୍ତ ବା ଗୌତମ । ସେ କପିଳବାସ୍ତୁର ଶାକ୍ୟ ବଂଶୀୟ ରାଜା ଶୁଦ୍ଧୋଧନ ଏବଂ ମାତା ମାୟାଦେବୀଙ୍କ କୁଳରେ ଜନ୍ମ ଗ୍ରହଣ କରିଥିଲେ ବୁଦ୍ଧ । ତାଙ୍କ ଜନ୍ମର ଅଳ୍ପଦିନ ମଧ୍ୟରେ ତାଙ୍କ ମାତା ମାୟାଦେବୀଙ୍କ ମୃତ୍ୟୁ ଘଟିବାରୁ । ମାଉସୀ ଗୌତମୀଙ୍କ ଲାଳନ ପାଳନରେ ବଢିଥିଲେ ସିଦ୍ଧାନ୍ତ । ସେଥିପାଇଁ ତାଙ୍କ ନାମ ଗୌତମ ରଖାଗଲା । ଏକ ରାଜକୀୟ ସମ୍ଭ୍ରାନ୍ତ ବଂଶରେ ଜନ୍ମଲାଭ କରି ସୁଦ୍ଧା ସିଦ୍ଧାନ୍ତଙ୍କ ସଂସାର ପ୍ରତି ବାଲ୍ୟକାଳରୁ ବିରାଗ ମନୋଭାବ ରହିଥିଲା । ଏଣୁ ଗୌତମଙ୍କ ପିତା ଶୁଦ୍ଧୋଧନ ତାଙ୍କୁ ଯଶୋଧାରା ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟା ସହ ତାଙ୍କ ପୁତ୍ର ବୁଦ୍ଧ ଦେବଙ୍କ ସହ ବିବାହ କରିଦେଲେ କେବଳ ତାଙ୍କର ମନ ପରିବର୍ତ୍ତନ ପାଈଁ । ବିବାହର ଗୋଟେ ବର୍ଷ ପରେ ବୁଦ୍ଧଦେବଙ୍କ ପୁତ୍ର ସନ୍ତାନ ହୋଇଥିଲା ଯାହାର ନାମ ରଖିଥିଲେ ରାହୁଳ । କିନ୍ତୁ ଗୋଟେ ଦିନ ବୁଦ୍ଧଦେବ ନଗର ପରିକ୍ରମା କରୁଥିଲେ । ସେ ସମୟରେ ଜଣେ ଲୋଳିତ ଚର୍ମ ବିଶିଷ୍ଟ ବୃଦ୍ଧଙ୍କୁ ଦେଖିଲେ । ତାପରେ ଜଣେ ବ୍ୟାଧୀଗ୍ରସ୍ତ ରୋଗୀ ଏକ ମୃତକ ଏବଂ ପରେ ଜଣେ ସନ୍ୟାସୀଙ୍କୁ ଦେଖିଥିଲେ ବାସ ତାପରେ ଏହି ଚାରିଦୃଶ୍ୟ ଗୌତମଙ୍କ ମନରେ ଗଭୀର ରେଖାପାତ କରିଥିଲା । ଏବଂ ଏଥିପାଇଁ ସେ ଗୃହତ୍ୟାଗ କରିବା ପାଇଁ ମନସ୍ଥ କଲେ ।

ଗୌତମଙ୍କୁ ମାତ୍ର ୩୦ବର୍ଷ ହୋଇଥିବା ବେଳେ ଦିନେ ଗଭୀର ରାତିରେ ସୁନ୍ଦରୀ ପତ୍ନୀ ଯଶୋଧାରା ଏବଂ ନବଜାତ ପୁତ୍ର ରାହୁଳଙ୍କୁ ଛାଡି ରାଜପ୍ରସାଦରୁ ବାଗାରି ଗଲେ । ସେ କପିଳବାସ୍ତୁ ଛାଡି ପ୍ରଥମେ ବୈଶାଳୀ ଗମନ କଲେ ସତ୍ୟର ସନ୍ଧାନ ପାଇଁ ତାପରେ ରାଜଗୃହ ରେ ପହଞ୍ଚି କଲମ ଓ ଉଡ୍ରକ ନାମଧେୟ ଦୁଇ ପଣ୍ଡିତଙ୍କ ଠାରୁ ଜ୍ଞାନ ଆହାରଣ କଲେ ଞାହା ତାଙ୍କ ପିପାସାକୁ ତୃପ୍ତି କରିପାରିନଥିଲା । ଏଣୁ ଶେଷରେ ସେ ଗୟା ନିକଟସ୍ଥ ଉରୁବିଲ୍ଵ ନାମକ ଏକ ଜଙ୍ଗଲରେ ଏକ ଅଶ୍ବତଥ୍ ବୃକ୍ଷମୂଳେ ଗଭୀର ଧ୍ୟାନମଗ୍ନ ହେଲେ । ଏବଂ ଯୋଗାସୀନ ଅବସ୍ଥାରେ କଠିନ ତପସ୍ୟାରତ ଅବସ୍ଥାରେ ଦିବ୍ୟଜ୍ଞାନର ଅଧିକାରୀ ହେଲେ ଯାହା ତାଙ୍କୁ ମଣିଷ ଜୀବନରୁ ମୋକ୍ଷ ପ୍ରଦାନ କଲା । ଗୌତମରୁ ସେ ବୁଦ୍ଧକୁ ରୁପାନ୍ତରିତ ହେଲେ ଅର୍ଥାତ ଦିବ୍ୟଜ୍ଞାନ ପ୍ରାପ୍ତହେଲେ । ଯେଉଁ ଅଶ୍ଵତଥ ବୃକ୍ଷ ମୂଳେ ଏକ ଘଟଣା ଘଟିଥିଲା । ସେହି ବୃକ୍ଷର ନାମ ବୋଧିଦ୍ରୁମ ଓ ଉରୁବିଲ୍ଵ ବୁଦ୍ଧଗୟା ବୋଧଗୟା ନାମରେ ପରିଚିତ ହେଲା । ତାପରେ ବୁଦ୍ଧ ଦିବ୍ୟଜାନ ପ୍ରଚାର କରିବାରେ ଲାଗିପଡିଲେ । ପ୍ରଥମେ ସେ ବାରଣାସୀ ନିକଟସ୍ଥ ସାରନାଥର ଏକ ମୃଗ ବିହାରରେ ପାଞ୍ଚଜଣ ଶିଷ୍ୟଙ୍କୁ ତାଙ୍କ ଧର୍ମବାଣୀ ଶୁଣାଇଥିଲେ ଏହାକୁ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଏ । ଏବଂ ସେହି ପାଞ୍ଚଜଣ ଶିଶ୍ୟକୁଂ ପଞ୍ଚଜ୍ୟେଷ୍ଠ କୁହାଯାଏ । ତାପରେ ଦୀର୍ଘ ୪୫ବର୍ଷ ଧରି ପ୍ରଚାର ପରେ ଖ୍ରୀ ଷ୍ଟ ପୂବ ୪୮୬ରେ .ଉତ୍ତର ପ୍ରଦେଶର କୁଶୀନଗର ଠାରେ ଇହଧ୍ୟାମ ତ୍ୟାଗ କଲେ । ଏ ଥିଲା ଗୌତୁମ ବୌଦ୍ଧଙ୍କ ଇତିହାସ ମୁଁ କହିରଖି ଯେ ଗୌତମ ବୌଦ୍ଧଙ୍କୁ ଏସିଆର ଆଲୋକ ବୋଲି କୁହାଯାଏ ।