କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ତୁନାପାରୀ ଗ୍ରାମ ଠାରେ ଗୁରୁବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟ ହେଇଥିବା ଜଣା ପଡିଛି | ସୂଚନା ଅନୁସାରେ ମୃତ ବ୍ୟକ୍ତି ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଲିସରା ଗ୍ରାମର କୁମାର ମାଝୀ (୫୦) ବୋଲି ଜଣାପଡିଛି |ଲୋହରାଜର ତାଙ୍କ ସମ୍ପର୍କୀୟ ଙ୍କ ଘରୁ ବାଇକ (OD08E4325) ରେ ବାଲିସରା ତାଙ୍କ ଘରକୁ ଫେରିବା ସମୟରେ ତୁନାପାରୀ ଗ୍ରାମର ସିଆଁ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା | ଫଳରେ କୁମାର ଆଉ ବାଇକ ଗୋଟେ ବିଲରେ ପଡିଯାଇଥିଲେ | ଘଟଣା ସ୍ଥଳରେ ହିଁ କୁମାରଙ୍କ ମୃତ୍ୟ ଘଟିଥିଲା | ସକାଳେ ସ୍ଥାନୀୟ ଲୋକେ ଦେଖି ଥୁଆମୂଳ ରାମପୁର ଥାନା ଅଧିକାରୀ ଙ୍କୁ ଜଣେଇ ଥିଲେ | ଘଟଣା ସ୍ଥଳରେ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ଆଉ ତାଙ୍କ ଟିମ ପହଂଚି ପଚରା ଉଚୁରା କରି ମୃତ ବ୍ୟକ୍ତି ଙ୍କୁ ଚିନ୍ହଟ କରିଥିଲେ | ପରେ ତାଙ୍କ ପରିବାର ଙ୍କୁ ଜଣେଇ ଥିଲେ |
ପରିବାର ଘଟଣା ସ୍ଥଳରେ ପହଁଚିଲା ପରେ ଥାନା ଅଧିକାରୀ ଆଉ ତାଙ୍କ ଟିମ ଶବକୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ସହିତ ତଦନ୍ତ ଜାରି ରଖିଛନ୍ତି | କୁମାର ଙ୍କ ବିୟୋଗ ରେ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି | ରାସ୍ତା ଘାଟ ଖରାପ ଥିବା ଯୋଗୁଁ ଏଭଳି ଦୁର୍ଘଟଣା ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏଥି ପ୍ରତି ପୂର୍ତ୍ତି ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି |