ପାଲଲହର / ପିତାମ୍ବର ନାୟକ : ବାଇକ କୁ ଧକ୍କା ଦେଲା ଟ୍ରକ , ଜଣେ ମୃତ ଜଣେ ଆହତ । ମୃତକ ହେଲେ ପାଲଲହଡା ବ୍ଲକ ସଇଡା ଗ୍ରାମର ପ୍ରକାଶ ନାଏକ ,ଏବଂ ଗୁରୁତର ଆହତ ହୋଇଥିବା ଜଗନ୍ନାଥ ଖମଣିଆ ପାଲଲହଡା ଡାକ୍ତର ଖାନାରେ ଭର୍ତ୍ତି ।ସୂଚନା ଅନୁଯାଇ ଆଜି ସକାଳ ସମୟରେ ଦୁଇଜଣ ସାଙ୍ଗ ଗୋଟିଏ ବାଇକ ରେ ତାଳଚେର ପଟୁ ପାଲଲହଡା ଦେଇ ନିଜ ଘର ସଇଡା ଗ୍ରାମକୁ ଯାଉଥିବା ସମୟରେ ଅପର ପକ୍ଷରୁ ଏକ ଆଇରନ ବୋଝେଇ ଟ୍ରକ ମୁହାଁ ମୁହିଁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଚଳାଉ ଥିବା ପ୍ରକାଶ ନାଏକ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଜଗନ୍ନାଥ ଖମଣିଆ ରାସ୍ଥା କଡ଼କୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ।ଆହତଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇଥିଲେ । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଛଥିବା କୁହାଯାଉଛି ।ଖବର ପାଇ ଘଟଣା ସ୍ଥଳରେ ପାଲଲହଡା ପୋଲିସ ପହଞ୍ଚି ଉଭୟ ଟ୍ରକ ଏବଂ ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ ଯାରି ରଖିଛି ।