ପାଟଣାଗଡ଼ / ଜଗନ୍ନାଥ ଧରୁଆ : ଅଜଣା ଗଡି ଧକ୍କାରେ ବାଇକ ଆରୋହି ମୃତ୍ୟୁ । ଘଟଣା ଘଟିଛି ପାଟଣାଗଡ ଧୁମାଭଟା ଅନ୍ତରଗତ ଅନାଥ ଆଶ୍ରମ ସମୁଖରେ । ବାହାଘର ଭୋଜିଖାଇ ଫେରୁଥିବା ସମୟରେ ଏକ ଅଜଣା ଗଡି ଆସି ବାଇକକୁ ପିଟିଦେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ଜଣଙ୍କ ସରଗୁଲ ଗାଁର ବିକାଶ ଥପା ବୋଲି ଜଣାପଡିଛି । ଅନ୍ୟ ଦୁଇ ଜଣ ବେଶି ଗୁରୁତ ଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପଠା ଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ସେପଟେ ଶବ ବ୍ୟବଚ୍ଛେଦ ପାଇଁ ପାଟଣାଗଡଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଛି ।