ବିଦିଶା : ବୋରୱେଲରେ ଖସିପଡି ଚାଲିଗଲା ଜୀବନ | ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷୀୟ ଲୋକେଶ | ୨୪ ଘଣ୍ଟା ରେସକ୍ୟୁ ଅପରେସନ ପରେ ମଧ୍ୟ ବବଞ୍ଚିପାରିଲା ନାହିଁ ବାଳକ | ଏଭଳି ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶରେ ଘଟିଛି | ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳର ବାଳକ ଲୋକେଶ | ସୂଚନାଯୋଗ୍ୟ, ଗତକାଲି ସକାଳ ୧୧ଟାରୁ ଖେଳୁ ଖେଳୁ ଲୋକେଶ ୬୦ ଫୁଟ ବୋରୱେଲରେ ଖସି ପଡି ୪୩ ଫୁଟରେ ଅଟକି ରହିଥିଲା। ଲୋକେଶକୁ ଉଦ୍ଧାର କରିବା ପାଇଁ SDRF ଓ NDRF ଟିମ୍ ପକ୍ଷରୁ ରେସକ୍ୟୁ ଅପରେସନ୍ ଜାରି ରହିଥିଲା। ରେସକ୍ୟୁ ଟିମ ଉଦ୍ଧାର କରିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ରେସକ୍ୟୁ ଅପରେସନ ସମୟରେ SDRF ଏବଂ NDRF ଟିମ୍ ଅକ୍ସିଜେନ ସପ୍ଲାଇ କରିଥିଲେ ମଧ୍ୟ ପିଲାଟିର ଜୀବନ ବଞ୍ଚିପାରିନାହିଁ ।
ପୋଲିସର ସୂଚନା ଅନୁସାରେ ବୋରୱେଲ ସାଇଡ୍ରେ ୪୯ ଫୁଟ୍ ଗଭୀର ଗାତ ଖୋଳା ଯାଇଥିଲା । ଏପଟେ ବୋରୱେଲ ଭିତରେ ଲୋକେଶର ସ୍ଥିତି ମଧ୍ୟ ପରଖା ଯାଉଥିଲା । କେବଳ ସେତିକି ନୁହେଁ ଲୋକେଶ ପାଖରେ ୱେବ୍ କ୍ୟାମେରା ପଠାଯାଇ ତା ଉପରେ ନଜର ରଖାଯାଉଥିଲା । ସପଟେ ଗାତରୁ ଏକ ଟନେଲ୍ ଖୋଳାଯାଇ ପିଲାଟି ପାଖରେ ପହଞ୍ଚିଥିଲା ଉଦ୍ଧାରକାରୀ ଟିମ୍ । ହେଲେ ସେତେବେଳକୁ ଲୋକେଶ ଆଖି ବୁଜି ସାରିଥିଲା । ଗତକିଛି ପୂର୍ବରୁ ୨୦୦ ପୁଟ ଗାତ ଭିତରେ ୫ବର୍ଷର ପିଲା ଖେଳୁ ଖେଳୁ ଖସିପଡିଥିଲା। ପିଲାଟି ୨୦ ଫୁଟରେ ଅଟକି ଥିବା ବେଳେ ଉଦ୍ଧାରକାରୀ ଦଳ ତାଙ୍କୁ କାଢିବାରେ ସଫଳ ହୋଇଥିଲେ । କିନ୍ତୁ ପିଲାଟି ସେତେବେଳକୁ ମୃତ୍ୟୁବରଣ କରିଥିଲା ।