ନୂଆଦିଲ୍ଲୀ: ପୁରୀ ଶରଧାବାଲିରେ ହୋଇଥିବା ଅଘଟଣ ନେଇ ଏବେ ଦିଲ୍ଲୀରୁ ପଲ୍ଲୀ ସବୁଠି ଚର୍ଚ୍ଚା । ମୃତକ ଓ ଆହତଙ୍କୁ ସମବେଦନା ଜଣେଇବା ସହ ତେଜିଛି ରାଜନୀତି । ଶାସକ ବିଜେପିର ପାରିବା ପଣିଆ ଉପରେ ଆଙ୍ଗୁଳି ଉଠାଇଲେଣି ବିରୋଧି ଦଳ । ସେପଟେ ଉକ୍ତ ଅଘଟଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା, ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଆହତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ କରିବା ସହ ଆହତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କଂଗ୍ରେସ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ତେବେ ଏଭଳି ବଡ଼ ଆୟୋଜନର ଗମ୍ଭୀରତା ଦୃଷ୍ଟିରୁ ସୁରକ୍ଷା ସମୀକ୍ଷା ଜରୁରୀ ବୋଲି କହିଛନ୍ତି ରାହୁଲ ଗାନ୍ଧି ।
पुरी में रथ यात्रा के दौरान हुई भगदड़ की घटना अत्यंत दुखद है। शोक संतप्त परिवारों के प्रति मेरी गहरी संवेदना और घायल श्रद्धालुओं के शीघ्र स्वस्थ होने की आशा करता हूं।
ओडिशा सरकार से अपील है कि राहत कार्यों में तेजी लाए और कांग्रेस कार्यकर्ताओं से आग्रह है कि वो इसमें हर संभव मदद…
— Rahul Gandhi (@RahulGandhi) June 29, 2025
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଏକ ପୋଷ୍ଟ କରି ରାହୁଲ ଗାନ୍ଧି ଲେଖିଛନ୍ତି, ପୁରୀ ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ଅଟେ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଏବଂ ଆହତ ଶ୍ରଦ୍ଧାଳୁଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଓଡିଶା ସରକାରଙ୍କୁ ମୋର ନିବେଦନ ସାହାର୍ଯ୍ୟ କାର୍ୟ୍ୟକୁ ତ୍ୱରାନ୍ୱିତ କରନ୍ତୁ । ଏଥିସହ କଂଗ୍ରେସ କର୍ମୀମାନଙ୍କୁ ସମସ୍ତ ପ୍ରକାରର ସାହାର୍ଯ୍ୟ କରିବାକୁ ଅନୁରୋଧ କରୁଛି।

ଏହି ଦୁଃଖଦ ଘଟଣା ଏକ ଗମ୍ଭୀର ଚେତାବନୀ – ଏତେ ବଡ଼ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ପରିଚାଳନା ପ୍ରସ୍ତୁତି ଗମ୍ଭୀରତାର ସହିତ ନେବା ସହ ଏବଂ ସମୀକ୍ଷା କରାଯିବା ଉଚିତ। ଜୀବନ ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହି ଦାୟିତ୍ୱରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କଂଗ୍ରସେ ନେତା ରାହୁଲ ଗାନ୍ଧି ।