୨୬ ଯାଏଁ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

(ସୌମ୍ୟ ରଂଜନ ସେଠୀ) : ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆସନ୍ତା ୨୬ତାରିଖ ଯାଏଁ ଚାଲୁ ରହିବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେଲେ ୨୭ରେ ନବୀନ ନିବାସ ଘେରାଉ କରାଯିବ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଓ ଗଠିତ ଆକ୍ସନ କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ପରୋକ୍ଷରେ ସରକାରଙ୍କୁ ଚେତାଇ ଦିଆଯାଇଛି ଯେ ୨୬ତାରିଖ ମଧ୍ୟରେ ଅଭିଯୁକ୍ତ ଗିରଫ ନହେଲେ ଆନ୍ଦୋଳନ ତୀବ୍ର ହେବ। ୨୭ରେ ନବୀନ ନିବାସ ଘେରାଉ କରାଯିବ। କେବଳ ସେତିକି ନୁହେଁ, ଆସନ୍ତାକାଲିଠାରୁ ହାଇକୋର୍ଟ ଓ ଜିଲ୍ଲା ଅଦାଲତ ନିକଟରେ ଥିବା ସମସ୍ତ ସରକାରୀ କାର୍ୟ୍ୟାଳୟ ଅଚଳ କରିବା ପାଇଁ ବି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ରାଜ୍ୟର ଅନ୍ୟ ଆଇନଜୀବୀ ସଂଘଗୁଡିକ ମଧ୍ୟ ସାମିଲ ହେଇ ସେମାନଙ୍କ କଚେରି ଅଞ୍ଚଳରେ ଥିବା ସରକାରୀ କାର୍ୟ୍ୟାଳୟ ଅଚଳ କରିବା ପାଇଁ ଅନୁରୋଧ କରାଯାଇଛି।