ଆଇନମନ୍ତ୍ରୀ କହିଲେ ରାଜ୍ୟରେ ଜୋରଦାର ହେବ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା

ରାଜ୍ୟରୁ ତଡା ଖାଇବେ ବାଂଲାଦେଶୀ ଅନୁପ୍ରବେଶକାରୀ । ଜଗତସିଂପୁରରେ ବେଆଇନ ବାଂଲାଦେଶୀଙ୍କ ଜବର ଦଖଲ ଉଛେଦ ହୋଇଛି । ଆଜି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଛି । ଖୁବଶୀଘ୍ର ସେମାନଙ୍କୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ମଙ୍ଗଳବାର ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Odisha Minister objects to naming Digha Temple as 'Jagannath Dham' | India  News - Business Standard

ଅନୁପ୍ରବେଶକାରୀଙ୍କ ରୋକିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆଗକୁ ଜୋରଦାର ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି,ସେ ଅନୁପ୍ରବେଶକାରୀ ଅବା ଆଉ କିଏ ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିବ । ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ । ଏହା ସହିତ ସେମାନଙ୍କୁ ଡିପୋଟ୍ ମଧ୍ୟ କରାଯିବ, ଏ ନେଇ ନିଷ୍ପତି ମଧ୍ୟ ହୋଇଛି । ସରକାର ଏନେଇ ସବୁ ବ୍ୟବସ୍ଥାଗ୍ରହଣ କରିବେ । ଏ ବାବଦରେ କେନ୍ଦ୍ର ସରକାରର ଯାହା ଭୂମିକା ରାଜ୍ୟ ସରକାରଙ୍କର ମଧ୍ୟ ସମାନ ଭୂମିକା ରହିଛି ।

Over 400 Bangladeshi, Rohingya Immigrants Detained In Odisha

ରାଜ୍ୟ ସରକାର ସବୁବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ଓଡ଼ିଶାବାସୀଙ୍କୁ ଆହୁରି ସୁରକ୍ଷିତ ରଖିବାକୁ ସରକାର ବ୍ୟବସ୍ଥାଗ୍ରହଣ କରୁଛନ୍ତି । ସେଥିପାଇଁ ଅନୁପ୍ରବେଶକାରୀ, ଉଗ୍ରବାଦୀ ଆସିବାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉଛି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେ ଅନୁପ୍ରବେଶକାରୀ ଅବା ଆଉ କିଏ ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ । ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି । କୋଷ୍ଟଗାର୍ଡକୁ ନିରୀକ୍ଷଣ କରୁଛି । ଓଡ଼ିଶାର ତଟ ସମ୍ପୂର୍ଣ୍ଣ ସୁରକ୍ଷିତ । ତାହା ସତ୍ତ୍ବେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରକାର ହାତକୁ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Over 2,000 illegal immigrants 'pushed back' into Bangladesh since Operation  Sindoor | India News - The Indian Express