ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ କମ୍ପଲିଆଣ୍ଟ ରେଞ୍ଜ ର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚନ

ଭୁବନେଶ୍ବର  : ଜିଏସପି ପାୱାର ପ୍ରୋଜେକ୍ଟ ଯାହାକି ପ୍ରମୁଖ  ଡିଜେଲ ଜେନେରେଟର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ ଆଜି ଏହାର  ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ  କମ୍ପଲିଆଣ୍ଟ ରେଞ୍ଜ ର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚନ କରିଛି |

ସିପିସିବିଆଇଭି+ ଜେନସେଟ୍ ରିଟେଲ ସେଲ୍ସର ଜେନେରାଲ ମ୍ୟାନେଜର, ସୁମିତ ଗୁପ୍ତା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ରିଜିଓନାଲ୍  ସେଲ୍ସ ମ୍ୟାନେଜର, ସୁଶାନ୍ତ ଦାସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ, ଓଡିଶା,ଏରିଆ ସେଲ୍ସ ମ୍ୟାନେଜର, ରବି ଶଙ୍କର ସିଂହଙ୍କ ଉପସ୍ଥିତିରେ ଉନ୍ମୋଚନ କରଯାଇଥିଲା । ଏହି ଅବସରରେ ଏଚକେଭିଏ ଆଣ୍ଡ ପ୍ରୋଜେକ୍ଟସର ସିନିୟର ମ୍ୟାନେଜର ରାଜୀବ ସିଂହ,ଜିଏସପି ପାୱାର ପ୍ରୋଜେକ୍ଟ (ରିଟେଲ ଡିଭିଜନ)ର ମ୍ୟାନେଜିଂ ଡିରେକ୍ଟର ସ୍ୱପନ ଗ୍ରୋଭର, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରାଧିକୃତ ସେଲ୍ସ ଏବଂ ସର୍ଭିସ ଡିଲର୍‌ ଟିଆରଏସ ଇଂଜିନିୟରିଂର ମ୍ୟାନେଜିଂ ଡିରେକ୍ଟର ଦେବଦତ୍ତ ରାୟ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ରିଟେଲ ସେଲ୍ସର ଜେନେରାଲ ମ୍ୟାନେଜର,ସୁମିତ ଗୁପ୍ତା,କହିଛନ୍ତି ଯେ, ମହିନ୍ଦ୍ରା ଗ୍ରୁପ୍ ପରିବେଶର ସଂରକ୍ଷଣ ଏବଂ ଉନ୍ନତି ପାଇଁ ସବୁ ସମୟରେ ପ୍ରତିଶ୍ରୁତିବଦ୍ଧ | ସିପିସିବିଆଇଭି+ ଜେନସେଟ୍ ମହିନ୍ଦ୍ରାର ପରିଚୟ ସହିତ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତରେ ଏକ ସ୍ଥାୟୀ ଶକ୍ତି ଅବଦାନ ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଉଛି|

ନୂତନ ସିପିସିବିଆଇଭି+ ଟେକ୍ନୋଲୋଜି ସହିତ ବର୍ତ୍ତମାନ ମହିନ୍ଦ୍ରା ପାୱାରଲ୍ ଡିଜି ସେଟ୍ ଅଧିକ ନିର୍ଭରଯୋଗ୍ୟ, ଇନ୍ଧନ ଦକ୍ଷ ଏବଂ ଡିଜାଇନ୍ରେ କମ୍ପାକ୍ଟ ହୋଇଯାଇଛି | ଏହି ଜେନସେଟ୍ ୫ କେଭିଏ ରୁ ୬୨୫ କେଭିଏ ରେଞ୍ଜରେ ଉପଲବ୍ଧ | କମ୍ପାନୀ ଜେନେରେଟରର ନୂତନ ସିରିଜ୍ ଉତ୍ପାଦନ ଆରମ୍ଭ କରିସାରିଛି ଏବଂ ଭାରତର ବିଭିନ୍ନ ଭାଗରେ ଶହ ଶହ ୟୁନିଟ୍ ସଫଳତାର ସହ ଚାଲୁଅଛି |