ଏସପି ଅଫିସ ସାମ୍ନାରେ ଲାଠିଚାର୍ଜ

ବରଗଡ: ବରଗହ ଏସପିଙ୍କ ଅପିସ ସାମନାରେ ପୋଲିସ କରୁଛି ଲାଠି ଚାର୍ଜ । ଗତକାଲି ରାତିରେ ପୋଲିସ ହେପାଜତରେ ପ୍ରାଣ ହରାଇଥିବା ଗୋବିନ୍ଦଙ୍କ ମୃତ ଶରୀରକୁ ଟାଉନ ଥାନା ସମ୍ମୁଖରେ ରଖି ପ୍ରତିବାଦ କରିବାରୁ ପୋଲିସ ଲାଠିଚାର୍ଜ ଆରମ୍ଭ କରିଛି ।


ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ମାରପିଟ ଘଟଣାରେ ତୁରା ଗାଁର ଗୋବିନ୍ଦଙ୍କୁ ଉଉଠାଇ ଆଣିଥିଲା ପୋଲିସ । ତେବେ ଶନିବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୋଲିସ । ପରେ ତାଙ୍କୁ ବରଗଡ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ଉପରେ ଉତ୍ୟକ୍ତ ହୋଇ ମୃତ ଗୋବିନ୍ଦଙ୍କ ପରିବାର ଏବଂ ଗ୍ରାମବାସୀ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ । ଡାକ୍ତରଖାନାରୁ ଶବ ଆଣି ଗାନ୍ଧିଛକ ପରେ ଏସପି ଅଫିସ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାଳନା ଆରମ୍ଭ କରିଛି । ଏଥିରେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଆନ୍ଦୋଳନକାରୀଙ୍କ ପଥରମାଡରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।