ବିଳମ୍ବିତ ରାତିରେ ମୋବାଇଲ ଦୋକାନ ତାଲା ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କାର ମୋବାଇଲ ଚୋରି କରିନେଲେ

ରାୟଗଡା :- ରାୟଗଡା ଜିଲ୍ଲା ବିଷମକଟକ  ସଦର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନେତାଜୀ କ୍ଲବ ପାଖରେରେ ଥିବା ଏକ ମୋବାଇଲ ଦୋକାନ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ କଳାକନା ବୁଲେଇ ଦେଇଛନ୍ତି । ଦୋକାନ ଭିତରେ ରଖା ଯାଇଥିବା ଲକ୍ଷ୍ୟାଧିକ ଟଙ୍କାର ଦାମୀ ମୋବାଇଲ ଚୋରି କରି ନେଇଯାଇଛନ୍ତି । ଦୋକାନରେ ଲାଗିଥିବା ସିସି କ୍ୟାମେରାର ହାର୍ଡଡିସ୍କ କୁ ସାଙ୍ଗରେ ନେଇ ଚାଲିଯାଇଛନ୍ତି । ବିଷମକଟକ ମୁଖ୍ୟ ରାସ୍ତା ରୁ ଏଭଳି  ଚୋରି ହୋଇଥିବା ରୁ ପୋଲିସର ସୁରକ୍ଷା କୁ ନେଇ ଉଠିଲା ପ୍ରଶ୍ନ।

ସୂଚନା ମୁତାବକ ଆଜି ସକାଳେ  ଦୋକାନ ମାଲିକ ଅରୁଣା ପାତ୍ର ଦୋକନ ଖୋଲିବାକୁ ଆସିଥିବା ବେଳେ ଦୋକାନ ର ଦୁଇଟି ତାଲା ଭଙ୍ଗା ହୋଇଥିବା ସହ କବାଟ ଖୋଲା ଥିବା ଦେଖିଥିଲେ । ଏ ନେଇ ଦୋକାନ ମାଲିକ ବିଷମକଟକ ପୋଲିସ କୁ ମଧ୍ୟ  ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଦୋକାନ ମାଲିକ କହିବା ମୁତାବକ ଦୋକନ ରୁ ୨୨ଟି ଦାମି ମୋବାଇଲ ସହିତ ୪୦୦୦ ଟଙ୍କା ନଗଦ ଟଙ୍କା ସହ ସିସି କ୍ୟାମେରା ହାର୍ଡ ଡିସ୍କ ମଧ୍ୟ ଚୋରି କରିନେଇ ଯାଇଛନ୍ତି । ଦୋକନ ମାଲିକ ଏତଲା ଆଧାରରେ ପୋଲିସ, ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନି କୁକୁର ର ସହାୟତା ନେଇ ତଦନ୍ତ ଚଲାଇଛି ।

ତେବେ ବିଷମ କଟକ ପୋଲିସ ତରଫରୁ ରାତ୍ରି ପେଟ୍ରୋଲିଙ୍ଗ ହେଉଥିଲେ ସୁଦ୍ଧା ମୂଖ୍ୟ ରାସ୍ତା କଡ ଦୋକାନରୁ ଚୋରୀ ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି । ମୁଖ୍ୟ ରସ୍ତାରେ ଏଭଳି ଚୋରି ହେବା ଘଟଣା ଚାରିଆଡେ ଖେଳିଯିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।