ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ପ୍ରତି ବିପଦ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରକୁ ଲେଜର ଓ ଡ୍ରୋନ ଆକ୍ରମଣର ଭୟ । ବିମାନବନ୍ଦର ସୁରକ୍ଷାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ସମୟରେ ପ୍ରଶ୍ନ କରିଥିବା ବେଳେ ଏ ନେଇ ଚିନ୍ତାରେ ଅଛି ବାଣିଜ୍ୟ ପରିବହନ ବିଭାଗ । ବିବରଣୀ ହିସାବରେ ଡ୍ରୋନ ଆଶଙ୍କା ସାଙ୍ଗକୁ ରହିଛି ଅର୍ଥନୈତିକ ଅବନତିର ଭୟ ।
କେରୋନା ମହାମାରୀ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜସ୍ୱ ବହୁ ପରିମାଣରେ କମିଛି । ଉଭୟ ବିଦେଶୀ ଓ ଘରୋଇ ଯାତ୍ରୀ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।ରାଜ୍ୟ ସରକାର ପୁରୀରେ ଦ୍ୱିତୀୟ ଅର୍ନ୍ତଜାତୀୟ ବିମାନବନ୍ଦର କ୍ଷେତ୍ର ପ୍ରସ୍ତୁତ କରୁଥିବାବେଳେ ବିଭାଗର ଏହି ପ୍ରଶ୍ନ ରାଜ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ କରିଛି । ଗତ ୨୪ ତାରିଖରେ ବିଭାଗ ପକ୍ଷରୁ ରାଜ୍ୟ ଅର୍ତନୈତିକ ପରିସଂଖ୍ୟାନକୁ ଲେଖାଯାଇଥିବା ଚିଠିରେ ଏ ନେଇ ସୁଚନା ଦିଆଯାଇଛି ।
ଗତ୨୦୨୦ ମାର୍ଚ୍ଚରୁ ଜାତୀୟ ଅର୍ନ୍ତଜାତୀୟ ବିମାନସେବା ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ୨ଟି ବିମାନନ୍ଦର, ୧୯ଟି ଏୟାରଷ୍ଟ୍ରିପ ଅଛି ।ଏହା ଦେଶର ୧୨ଟି ସହରକୁ ସଂଯୋଗ ରହୁଛି ।
୨୦୧୯-୨୦ବର୍ଷରେ ରାଜ୍ୟରେ ମୋଟ ୬୦୭ଟି ଅର୍ନ୍ତଜାତୀୟ ବିମାନ ଅବତରଣ କରିଛନ୍ତି ଏବଂ ୭୧,୦୪୨ଜଣ ବିଦେଶୀ ଯାତ୍ରୀ ଆସିଥିଲେ ।ସେହିପରି ୨୦୨୦-୨୧ ବର୍ଷରେ ୮୯ଟି ବିମାନ ଚଳାଚଳ କରିଥିବା ବେଳେ ୬,୧୩୨ଜଣ ଯାତ୍ରୀ ଆସିଥିଲେ ।୨୦୧୯-୨୦ବର୍ଷରେ ବିମାନବନ୍ଦରରୁ ୧୬୯୦୫୨କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୦-୨୧ବର୍ଷରେ ୭୭,୮୪କୋଟି ଆଦାୟ ହୋଇଥିଲା ।