ଭୁବନେଶ୍ୱର: ବୁଧବାର ରାଜ୍ୟ ସରକାର ଓଏଏସସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ ଜୁଜୁମରା ବିଡିଓ ସରୋଜ କୁମାର ବିଶ୍ୱାଳଙ୍କୁ ବିଜେପୁର ବିଡିଓ ଭାବେ ଅବସ୍ଥାପିତ କରାଯାଇଛି। ବାଲିଗୁଡା ତହସିଲଦାର ଶଶାଙ୍କ କୁମାର ପାତ୍ରଙ୍କୁ ବାଲିଗୁଡା ବିଡିଓ, ବାଲିଗୁଡା ଓ କେ.ନୂଆଗାଁ ବିଡିଓ ଶରତ ପାତ୍ରଙ୍କୁ ରାଇକିଆ ବିଡିଓ, ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ନିଶ୍ଚିନ୍ତକୋଇଲି ବିଡିଓ, ପରଜଙ୍ଗ ବିଡିଓ ବିନୋଦ ବିହାରୀ ବେହେରାଙ୍କୁ କିଶୋରନଗର ବିଡିଓ, ସହରପଡା ବିଡିଓ ଲମ୍ବୋଧର ଖୁଣ୍ଟିଆଙ୍କୁ ରଘୁନାଥପୁର ବିଡିଓ, ତିରଙ୍ଗ ବିଡିଓ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ବାଲିଶଙ୍କରା ବିଡିଓ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବାଲିଶଙ୍କରା ବିଡିଓ ବାସନ୍ତୀ ଲାକ୍ରାଙ୍କୁ ତିରଙ୍ଗ ବିଡିଓ, ବିଜେପୁର ବିଡିଓ ତୃପ୍ତି ବରାଇଙ୍କୁ କୁଆଁରମୁଣ୍ଡା ବିଡିଓ, କୁଆଁରମୁଣ୍ଡା ବିଡିଓ ବିକାଶ ଚନ୍ଦ୍ର ସାହୁଙ୍କୁ ଜୁଜୁମରା ବିଡିଓ, ବିଜେପୁର ବିଡିଓ ଦେବଜାନୀ ଭୂଆଁଙ୍କୁ ଉଦଳା ବିଡିଓ, ଝାରସୁଗୁଡା ବିଡିଓ ପ୍ରସନ୍ନ ପଣ୍ଡାଙ୍କୁ ଢେଙ୍କାନାଳ ସଦର ବିଡିଓ, ବରପାଲି ବିଡିଓ ସଂଗ୍ରାମକେଶରୀ ପରିଡାଙ୍କୁ ବେତନଟୀ ବିଡିଓ, କୋଲବିରା ବିଡିଓ ବିଜୟ କୁମାର ସୋୟାଙ୍କୁ ବରପାଲି ବିଡିଓ ଭାବେ ଅବସ୍ଥାପିତ କରାଯାଇଛି।
ଗାଇସିଲେଟ ତହସିଲଦାର ମନୋଜ କୁମାର ଦେବତାଙ୍କୁ ଗାଇସିଲେଟ ବିଡିଓ, ଗାଇସିଲେଟ ବିଡିଓ ପ୍ରବୀଣ କୁମାର ବଣୁଆଙ୍କୁ ପରଜଙ୍ଗ ବିଡିଓ, ରେଙ୍ଗାଲି ବିଡିଓ ବିନୟ କୁମାର ପଟେଲଙ୍କୁ ତରଭା ବିଡିଓ, ତରଭା ବିଡିଓ ବିଡିଓ ଶଙ୍କର ପ୍ରସାଦ ସାହୁଙ୍କୁ କଙ୍କଡ଼ାହାଡ଼ ବିଡିଓ, ଲଖନପୁର ବିଡିଓ ସଞ୍ଜୀବ କୁମାର ପଟେଲଙ୍କୁ ଧାନକଉଡ଼ା ବିଡିଓ, ତିଳେଇବଣି ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ରେଙ୍ଗାଲି ବିଡିଓ, ବ୍ରହ୍ମଗିରି ବିଡିଓ ଜ୍ୟୋତି ପ୍ରକାଶ ସେଠୀଙ୍କୁ ରଣପୁର ବିଡିଓ ଭାବେ ଦାୟିତ୍ୱ ମିଳିଛି।
ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ବାଲିକୁଡ଼ା ବିଡିଓ, ବୋଡେନ ବିଡିଓ ପୂର୍ଣ୍ଣ ଚନ୍ଦ୍ର ଭୋଇଙ୍କୁ ଝାରସୁଗୁଡ଼ା ବିଡିଓ, ଦଶପଲ୍ଲା ତହସିଲଦାର ଅର୍ଜୁନ ପ୍ରଧାନଙ୍କୁ କୋଟଗଡ଼ ବିଡିଓ, ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମଦରଙ୍କୁ ଆର.ଉଦୟଗିରି ବିଡିଓ, ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ାଙ୍କୁ ଝୁମ୍ପୁରା ବିଡିଓ, ଝୁମ୍ପୁରା ବିଡିଓ ବିଜୟ କୁମାର ନାୟକଙ୍କୁ ତେଲକୋଇ ବିଡିଓ, ବୌଦ୍ଧ ଡେପୁଟି କଲେକ୍ଟର ଅବନିକାନ୍ତ ସାହୁଙ୍କୁ ରସୁଲପୁର ବିଡିଓ ଭାବେ ଦାୟିତ୍ୱ ଦିଆଯାଇଛି।
ଟିକାବାଲି ବିଡିଓ ଫକିର ଚରଣ ପରିଡ଼ାଙ୍କୁ ଆସ୍କା ବିଡିଓ, ଡେରାବିସ ତହସିଲଦାର ନମିତା ବାରିକଙ୍କୁ ଡେରାବିସ ବିଡିଓ, ମାନେଶ୍ୱର ବିଡିଓ ନୀଳାମ୍ବର ମହାନନ୍ଦଙ୍କୁ ତିଳେଇବଣି ବିଡିଓ, ରାଇକିଆ ବିଡିଓ ସ୍ମରଣିକା ଟୁଲୋଙ୍କୁ ମାନେଶ୍ୱର ବିଡିଓ, ଆସ୍କା ବିଡିଓ ରୋସନ ଶତପଥୀଙ୍କୁ ବେଲଗୁଣ୍ଠା ବିଡିଓ, କୋକସରା ତହସିଲଦାର ମନୋଜ କୁମାର ପାଢ଼ୀଙ୍କୁ ଟିକାବାଲି ବିଡିଓ, ରଣପୁର ବିଡିଓ ରିତୁପର୍ଣ୍ଣା ମହାପାତ୍ରଙ୍କୁ ଭୁବନେଶ୍ୱର ଆରପିଆରସିର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।