(ଶିଳାସ୍ମିତା ରାୟ) ଭୁୁବନେଶ୍ୱର: ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଅଞ୍ଚଳରେ ଏବେ କଳା ଅନ୍ଧକାର ଛାଇଯିବ । ଏଥିସହ ସବୁଦିନ ପାଇଁ ଇସ୍ରୋର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ କରିବାର ସ୍ୱପ୍ନ ହଜିଯିବ । ମାତ୍ର ତିନି ଘଣ୍ଟା ପରେ ବିକ୍ରମକୁ ଘେରିଯିବ ଚନ୍ଦ୍ରର ଘନ ଅନ୍ଧକାର । ଯେଉଁଠାରୁ ତା ସହ ସମ୍ପର୍କ କରିବା ଦୂରର କଥା ତାର ଫଟୋ ମଧ୍ୟ ନିଆଯାଇପାରିବ ନାହିଁ । ଖାଲି ଇସ୍ରୋ ନୁହେଁ, ଆମେରିକାର ନାସା କିମ୍ବା ଅନ୍ୟ କୌଣସି ଅନ୍ତରୀକ୍ଷ ଏଜେନ୍ସି ବିିକ୍ରମର ଫଟୋ ନେଇ ପାରିବେ ନାହିଁ । ଖାଲି ଏତିକି ନୁୁହେଁ ୧୪ ଦିନର ଘନ ଅନ୍ଧାର ରାତି ଭିତରେ ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ରହିବା ବଡ ସମସ୍ୟା ।
ଚନ୍ଦ୍ରର ସେହି ଅଂଶରେ ସୂର୍ଯ୍ୟ କିରଣ ପଡିବ ନାହିଁ । ତାପମାତ୍ରା ହ୍ରାସପାଇ ୧୮୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଂଚିଯିବ । ଏହି ତାପମାତ୍ରାରେ ବିକ୍ରମ ଲ୍ୟାଣ୍ଡରର ଇଲେକ୍ଟ୍ରୋନିକ ଅଂଶ ଆଉ କାର୍ଯ୍ୟକ୍ଷମ ରହିବନାହିଁ । ଯଦି ବିକ୍ରମରେ ରେଡିଓ ଆଇସୋଟୋପ ହିଟର ୟୁନିଟ ଲାଗିଥାନ୍ତା ତେବେ ତାହା ବିକ୍ରମକୁ ଜୀବିତ ରଖିଥାନ୍ତା । ତେଣୁ ଏବେ ବିକ୍ରମ ସହ ସମ୍ପର୍କ ସ୍ଥାପନ ଅସମ୍ଭବ ପରି ମନେ ହେଉଛି ।