ଅଳ୍ପକେ ବର୍ତିଲେ ଯବାନ, ୧୦ କିଲୋର ଲ୍ୟାଣ୍ଡମାଇନ୍ ଜବତ
ଅଳ୍ପକେ ବର୍ତ୍ତଲେ ଯବାନ। ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୧୦ କିଲୋର ଲ୍ୟାଣ୍ଡମାଇନ୍।
(ମାଲକାନଗିରି) : ଅଳ୍ପକେ ବର୍ତିଲେ ଯବାନ। ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୧୦ କିଲୋର ଲ୍ୟାଣ୍ଡମାଇନ୍। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ହୋଇଛି ଏଭଳି କାଣ୍ଡ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନାଲ ବାହିନୀ ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍। ଜବତ କରାଯାଇଥିବା ଲ୍ୟାଣ୍ଡମାଇନ୍ ସିଆରପିଏଫ ଓ ଡିଆରଜି ବାହିନୀ ମିଳିତ ନିଷ୍କିୟ କରିଛନ୍ତି। ଫଳରେ ନାଲବାହାନୀଙ୍କ ଟାର୍ଗେଟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ ।
ସୂଚନାନୁଯାୟୀ , ମାଲକାନଗିରି ସୀମାନ୍ତ କରିଗୁଡେମ ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ହେଲେ ସିଆରପିଏଫର ୧୫୦ ବାଟାଲିଆନର ଯବାନ ମାନେ ସେହି ରାସ୍ତା ଦେଇ ଯାଇଥିବା ସମୟରେ ଯାଞ୍ଚ କରିଥିଲେ । ପରେ ସେଠାରେ ପ୍ରାୟ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ ଲାଗିଥିବା ଜଣାପଡିଥିଲା ।