(ସୌମ୍ୟ ରଞ୍ଜନ ସେଠୀ) : ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିଲେ ଲାଲୁ ପ୍ରସାଦ ଯାଦବ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୩ ମାସ ଜାମିନ ବୃଦ୍ଧି ପାଇଁ ସେ ଆବେଦନ କରିଥିଲେ । ହେଲେ ଲାଲୁଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇ, ଆଜି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବାକୁ ଲାଲୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ ।