ଲକ୍ଷ୍ନୌରେ ଲକ୍‌ଡାଉନ୍‌ ଲାଗିବ

(ଉତ୍ତରପ୍ରଦେଶ ) : ଉତ୍ତର ପ୍ରଦେଶ କରୋନା ଭାଇରସ୍‌ କାରଣରୁ ଖାଁ ଖାଁ ଲାଗୁଛି । ପ୍ରତିଦିନ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଥିବା ବେଳେ ସଙ୍କଟାପୂର୍ଣ୍ଣ ଅବସ୍ଥାରେ ରାଜଧାନୀ ଲକ୍ଷ୍ନୌ ରହିଛି । ଯେଉଁ ସ୍ଥାନରେ କି ହସ୍ପିଟାଲର ବାହାରେ ରୋଗୀଙ୍କ ଧାଡ଼ି ଲାଗିଛି , ଅନ୍ୟପଟେ ଶ୍ମଶାନ ବାହାରେ ମଧ୍ୟ ଅନ୍ତିମ ସଂସ୍କାର ପାଇଁ ଲାଇନ୍‌ ଲାଗିଛି । ଏହି ମହାସଙ୍କଟ ମଧ୍ୟରେ କ୍ୟାବିନେଟ୍‌ ମନ୍ତ୍ରୀ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯଦି ଏହି ଖରପ ପରିସ୍ଥତି ଉପରେ ଧ୍ୟାନ ନ ଦିଆଯାଏ ତେବେ ଲକ୍ଷ୍ନୌରେ ଲକ୍‌ଡାଉନ୍‌ ଲଗାଇବା ସୁନିଶ୍ଚିତ ।

ସୂଚାନୁଯାୟୀ , ୟୁପି ସରକାରରେ ଆଇନ୍‌ ମନ୍ତ୍ରୀ ବ୍ରଜେଶ ପାଠକ ଲେଖିଛନ୍ତି ପ୍ରାଇଭେଟ୍‌ ହସ୍ପିଟାଲ ଗୁଡ଼ିକରେ କରୋନାର ଯାଞ୍ଚ ବନ୍ଦ ହୋଇଯାଇଛି । ଯାହାକୁ ପୂରା ଭୁଲ୍‌ ଅଟେ । ସହରରେ ଏହି ସମୟରେ ୧୭ହଜାର କୋଭିଡ୍‌ ଯାଞ୍ଚ କିଟ୍‌ ର ଆବଶ୍ୟକତା ରହିଛି । ମନ୍ତ୍ରୀ କହିଛନ୍ତି , ଲୋକେ ବାରମ୍ୱାର ସାହାଯ୍ୟ ପାଇଁ ଫୋନ୍‌ କରୁଛନ୍ତି , କିନ୍ତୁ ସୁବିଧା ନାହିଁ ଏଥିପାଇଁ ସାହାଯ୍ୟ ହୋଇପାରୁନାହିଁ ।