ଚେନ୍ନାଇ: ମହିଳାଙ୍କ ଅଜବ ମାନସିକ । ଡିଏମକେ ଜିତିବାରୁ ନିଜ ଜିଭ କାଟି ଭଗବାନଙ୍କୁ ପ୍ରଦାନ କରିଛନ୍ତି । ନିର୍ବାଚନ ପୂର୍ବରୁ ୩୨ ବର୍ଷୀୟା ବନିତା ମାନସିକ କରିଥିଲେ କି, ଯଦି ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେ ଜିତିବ ତେବେ ସେ ନିଜ ଜିଭ କାଟି ଭଗବାନଙ୍କୁ ଅର୍ପଣ କରିବେ । ଗତକାଲି ନିର୍ବାଚନ ଫଳାଫଳରୁ ଡିଏମକେ ଜିତିଛି । ମହିଳାଙ୍କ ମାନସିକ ପୂବର ହେବାରୁ ସେ ବିଧା ଅନୁଯାୟୀ ନିଜ ଜିଭ କାଟି ଭଗବାନଙ୍କୁ ସମର୍ପଣ କରିଛନ୍ତି ।
ବନିତାଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଡିଏମକେ ଜିତିବା ପରେ ବିନତା ମୁଥାଲାମନ ମନ୍ଦିରରେ ଭଗବାନଙ୍କ ପ୍ରତିମୂର୍ତ୍ତି ଆଗରେ ସେ ଜିଭ କାଟି ଏହାକୁ ସମର୍ପଣ କରିବେ ବୋଲି ଚାହିଁଥିଲେ। ହେଲେ କରୋନା କଟକଣା ପାଇଁ ତାଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ତେଣୁ ବନିତା ମନ୍ଦିର ଦ୍ୱାର ନିକଟରେ ଜିଭ କାଟି ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ବେହୋସ ହୋଇପଡିଥିଲେ । ତାଙ୍କ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।