(ଆଦର୍ଶ ରାଉତ) ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସର ମିଳିତ ଚଢାଉରେ ଜଣେ ମହିଳାକୁ ଗିରଫ କରାଯାଇଛି । ମହିଳା ନିକଟରୁ ୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ୟୁଏଟି ଓ ଲକ୍ଷ୍ମିସାଗର ପୁଲିସ ପୂର୍ବାହ୍ନରେ ହଳଦୀପଡିଆ ନିକଟ ଇଲେକ୍ଟ୍ରି ଅଫିସ ପାଖ ସଇଦ ବସ୍ତୀ ଉପରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ କୁନି ସିଂହ (୪୦) ସ୍ୱାମୀ ଦିଲୀପ ସିଂହ ନିକଟରୁ ୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୯୦୦ ଟଙ୍କା ହେବ । ପୁଲିସ ଉକ୍ତ ମହିଳାକୁ ଗିରଫ କରିବା ସହ ଗୋଟିଏ ମୋବାଇଲ ଜବତ କରିଛି । ସବ୍ଇନିସ୍ପେକ ।ର ଆବ୍ରାହ୍ମ ଚମ୍ପିଆଙ୍କ ଅନୁଯାୟୀ, ଲକ୍ଷ୍ମୀସାଗର ପୁଲିସ ଷ୍ଟେସନରେ ଏନେଇ ୧୫୪ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ।