ଚେନ୍ନାଇ ରାଧା କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୃ

(ପ୍ରଶାନ୍ତ ସ୍ୱାଇଁ) : ପାରାଦୀପ ଵନ୍ଦର ନିଷିଦ୍ଧାଞ୍ଚଳରେ କାମକରୁଥିଵା ଚେନ୍ନାଇ ରାଧା କମ୍ପାନୀ ରେ କାର୍ୟ୍ୟରତ ଶ୍ରମିକ ଵାଵୁଲି ପଲେଇଙ୍କ ମୄତ୍ୟୁ ଘଟିଛି । ଵାଵୁଲି ଙ୍କ ଘର ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ। ତେବେ ଦିର୍ଘଦିନ ହେବ ଏହି କମ୍ପାନୀ ରେ କାମକରୁଥିଲେ ସବୁଦିନ ପରି ଗତକାଲି ମଧ୍ୟ ଘରୁ କମ୍ପାନୀ କୁ ନାଇଟସିପ୍ଟ ରେ କାମକରି ଵାକୁ ଯିବା ସମୟରେ ଵାଟରେ ତାଙ୍କ ଛାତି ରେ ଯନ୍ତ୍ରଣା ହୋଇଥିଲା । ତେବେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତାଙ୍କୁ ମେଡ଼ିକାଲ ନେଇଥିଲାଵେଳେ ଡ଼ାକ୍ତର ତାଙ୍କୁ ମୄତ୍ୟୁ ଘୋଷଣା କରିଥିଲେ । ତେବେ ଵାଵୁଲି ଏକମାତ୍ର ତାଙ୍କ ପରିବାରର ରୋଜଗାର କ୍ଷମ ଥିବା ଵେଳେ କମ୍ପାନୀ ପକ୍ଷରୁ ସାହାଯ୍ୟ ର ଆଶା ରଖଥିଵାଵେଳେ କମ୍ପାନୀ ପକ୍ଷରୁ ଏ ନେଇ କୌଣସି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ପରିବାର ଓ ଗ୍ରାମଵାସୀ ପାରାଦୀପ ଦୋଛକି ନିକଟରେ ଶଵ ରଖି ଟାରଜାଳି ରାସ୍ତାରୋକ କରିଛନ୍ତି । ଯେ ପର୍ୟ୍ୟନ୍ତ କମ୍ପାନୀ ପକ୍ଷରୁ ଏହି ମୄତକର ପରିବାର କୁ କ୍ଷତି ପୁରଣ ନ ମିଳିଛି ସେ ପର୍ୟ୍ୟନ୍ତ ରାସ୍ତାରୋକ ଜାରିରହିଵଵୋଲି ପରିବାର ପକ୍ଷରୁ ଚେତାବନୀ ଦେଇଛନ୍ତି ।ଫଳରେ କଟକ ପାରାଦୀପ ଓ ପାରାଦୀପ ଚଣ୍ଡିଖୋଲ ରାସ୍ତା ର ଜାନବାହାନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।