ଉଦଳା/ ଦିପକମିଶ୍ର : ମୟୂରଭଞ୍ଜ ଜିଲ୍ଲାର କୁଣ୍ଡାବାଇ ସ୍ଥିତ ଆର୍. ଡି. ଏସ୍ .ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ବାଳକ ୟୁନିଟ ଏବଂ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏନ୍. ଏସ୍. ଏସ୍ ଦିବସରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ଠାରେରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି ।
ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ଆୟୋଜିତ ହୋଇଥିବା ଭବ୍ୟ ଉତ୍ସବରେ ସାମିଲ ହୋଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରି ଜାତୀୟ ସେବା ଯୋଜନା ୨୦୨୦-୨୧ ପାଇଁ ଜାତୀୟ ଶ୍ରେଷ୍ଠ ୟୁନିଟ ଟ୍ରଫି ଓ ପୁରସ୍କାର ସ୍ଵରୂପ ଦୁଇ ଲକ୍ଷ ଟଙ୍କାର ଅର୍ଥ ରାଶି ଏବଂ ଦିଲ୍ଲୀପ କୁମାର ପ୍ରମାଣିକ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରି ଭାବେ ଜାତୀୟ ସେବା ଯୋଜନା ର ପୁରସ୍କାର ସ୍ଵରୂପ ରୌପ୍ୟ ପଦକ, ମାନପତ୍ର ଓ ଦେଢ ଲକ୍ଷ ଟଙ୍କlର ଅର୍ଥ ରାଶି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଖରୁ ଗ୍ରହଣ କରିଛନ୍ତି ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗିରି ଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରମାଣିକ ମହାବିଦ୍ୟାଳୟ ଆଖାପାଖ ଗାଁ ରେ ବିଭିନ୍ନ ଜନହିତକର କାର୍ଯ୍ଯ କରିବା ସହ ମୁଖ୍ୟତଃ ଶିମିଳିପାଳ ଜୈବ ବିବିଧତା, ମୁକ୍ତ କମ୍ପ୍ୟୁଟର୍ ପ୍ରଶିକ୍ଷଣ, ନିଶା ନିବାରଣ, ସ୍ୱାସ୍ଥ୍ୟ ସଚେତନତା, ସ୍ଵଚ୍ଛ ଭାରତ, ଅନ୍ଧବିଶ୍ଵାସ ଦୁରୀକରଣ, ଉପରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସମୟରେ ସ୍ଵେଚ୍ଛାସେବୀ ମlନକୁ ନେଇ ରାଜ୍ୟ ବାହାରେ ଓଡ଼ିଶାର ପ୍ରତିନିଧିତ୍ଵ କରିଛନ୍ତି ।
ଆଦିବାସୀ ଅଧ୍ୟୁଷିତ ନିପଟ ମଫସଲର କଲେଜ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଶ୍ରେଷ୍ଠ ଏନ.ଏସ. ଏସ୍. ଆୱାର୍ଡ଼ ପାଇଥିବାରୁ ଅଧ୍ୟକ୍ଷ ଡ. ଗିରି ସହଯୋଗ କରିଥିବା ସମସ୍ତ ସ୍ଵେଚ୍ଛାସେବୀ, ବିଶ୍ୱବିଦ୍ୟାଳୟ, ରାଜ୍ୟ ଏନ୍ ଏସ୍ ଏସ୍ ପଦାଧିକାରୀ, ସ୍ତାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ମହାବିଦ୍ୟାଳୟର ପରିଚାଳନା କମିଟି, ଅଧ୍ୟାପକ, ଅଧ୍ୟାପିକା, ଅଣ କର୍ମଚାରୀ ଓ ଛାତ୍ରଛାତ୍ରୀ, ଓ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଲେଜର ଏହି ସଫଳତା ପାଇଁ ବିଭିନ୍ନ ମହାଲରୁ ଅଧ୍ୟକ୍ଷ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।