(ଅଜିତ ସାହୁ / ଜଳେଶ୍ୱର): ନିର୍ବାଚନ ପ୍ରଚାର ବେଳେ ଦିବଙ୍ଗତ ବିଜେପି ବିଧାୟକଙ୍କୁ ପୋଡା ଟ୍ରାନ୍ସଫର୍ମର ବୋଲି ଇଙ୍ଗିତ କରି ଚର୍ଚ୍ଚାରେ କୁନା ତ୍ରିପାଠୀ। ଯାହା ଏବେ ତାଙ୍କ ପାଇଁ ଅଡୁଆ ବଢ଼ାଇ ଦେଇଛି। ଏଠାରେ ସୂଚନା ଥାଉକି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ସାର୍ଥା ପଞ୍ଚମୀ ପଡ଼ିଆରେ ବିଜେଡି ପକ୍ଷରୁ ଏକ ସାଧରଣ ସଭା ଆୟୋଜନ ହୋଇଥିଲା। ଉକ୍ତ କାର୍ୟ୍ୟ କ୍ରମରେ ପ୍ରତାପ ଜେନା,ସୁଦାମ ମାରାଣ୍ଡି, ଦେବୀ ମିଶ୍ର,ପ୍ରଣବ ବଳବନ୍ତ ରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଭଳି ବହୁ ହେବି ୱଟେ ନେତାଙ୍କ ସହିତ ଅରିବିନ୍ଦମ, ଏଲିନା କୁନା ତ୍ରିପାଠୀ ଭଳି ଅଭିନେତା ଓ ବିଧାୟକ ପ୍ରାଥି ସ୍ୱରୂପ ଦାସ ଉପସ୍ଥିତ ରହିଥିଲେ । ତେବେ ନେତା ଓ ମନ୍ତ୍ରୀ ମାନେ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିବା ସହିତ ନବୀନ ପଟନାୟକଙ୍କ ନିର୍ମଳଭାଵ ମୂର୍ତି, ସ୍ୱଚ୍ଛ ଶାସନ,ଲୋକାଭିମୁଖୀ ଯୋଜନା ପାଇଁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି। ତେଣୁ ବିଜେଡ଼ି ବିଧାୟକ ପ୍ରାଥି ସ୍ୱରୂପ ଦାସଙ୍କୁ ଶଙ୍ଖ ଚିହ୍ନ ମୋହର ମାରି ଜୟଯୁକ୍ତ କରିବା ପାଇଁ ଆହୁଆନ ଦେଇଥିଲେ। କଂଗ୍ରେସ ସରକାର ଶୋଷଣ କରୁଥିବା ବେଳେ, ବିଜେପି ସରକାର କେବଳ ଭାଷଣ ଓ ଆଉ ବିଜେଡି ସରକାର କେବଳ ନିର୍ମାଣ କରିଛନ୍ତି ବୋଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବକ୍ତବ୍ୟ ରଖିଥିବା ବେଳେ ବିଜେଡି ଷ୍ଟାର ପ୍ରଚାରକ ତଥା ଅଭିନେତା କୁନା ତ୍ରିପାଠୀ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ନାମ ନନେଇ ବିଧାୟକ ଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ବୋଲି ସମ୍ଭୋଧିତ କରି, ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ଯାହାକୁ ନେଇ ବିଜେପି ପକ୍ଷରୁ ଘୋର ନିନ୍ଦା କରାଯିବା ସହିତ କୁନା ତ୍ରିପାଠୀଙ୍କୁ ଭଙ୍ଗା ଟିଣ ବୋଲି କହିଛନ୍ତି ବିଜେପି ନେତା ବିଶ୍ୱେଶ୍ୱର ଟୁଡୁ।