ନୂଆଦିଲ୍ଲୀ: କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସ୍ପେଣ୍ଡ । ଟ୍ୱିଟର କଙ୍ଗନାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍ପେଣ୍ଡ କରିଦେଇଛି । ପଶ୍ଚିମବଙ୍ଗ ହିଂସାକୁ ନେଇ ବିବାଦୀୟ ଟ୍ୱିଟ କରି ବାକୁ ନେଇ ଟ୍ୱିଟର ଏହି ପଦକ୍ଷେପ ନେଇଛି । ସାମାଜିକ ଗଣମାଧ୍ୟମ ସାଇଟ ଅନୁଯାୟୀ, ଏହି ଅଭିନେତ୍ରୀଙ୍କ ଆକାଉଣ୍ଟ ବାରମ୍ବାର ଟ୍ୱିଟର ନୟମର ଉଲ୍ଲଙ୍ଘନ କରି ଚାଲିଛି ତାଙ୍କ ଘୃଣାଦ୍ରେକ ବ୍ୟବହାର ଓ ଅଶୋଭନୀୟ ଆଚରଣକୁ । ରବିବାର ବେଙ୍ଗଲ ନିର୍ବାଚନ ଫଳାଫଳ ବାହାରିବା ପରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ସ୍ୱପନ ଦାଶଗୁପ୍ତାଙ୍କ ଟ୍ୱିଟର ଉପରେ ବିବାଦୀୟ ମତ ଦେଇଥିଲେ ।
ଟ୍ୱିଟର ଅସନ୍ତୋଷ ପ୍ରକାଶ କରି କହିଛି, ଏହି ନିର୍ଦ୍ଦିଷ୍ଟ ଅଭିନେତ୍ରୀଙ୍କ ଟାଇମଲାଇନ ଭଡକାଉ ପୋଷ୍ଟରେ ପରିପୂର୍ଣ୍ଣ ରହିଛି । ଟ୍ୱିଟର ଆହୁରି କହିଛି, ଆମେ ସ୍ପଷ୍ଟ କରିଛୁ ଯେ ଆମେ ଏପରି ଆଚରଣ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ, ଯାହା ଅଫଲାଇନ୍ କ୍ଷତି ଘଟାଇବାର କ୍ଷମତା ରଖିଛି । ଟୁଇଟର ନିୟମର ବାରମ୍ବାର ଉଲ୍ଲଂଘନ ହେତୁ ରେଫରେନ୍ସ ଆକାଉଣ୍ଟକୁ ସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି । ବିଶେଷ ଭାବରେ ଆମର ଘୃଣ୍ୟ ଆଚରଣ ନୀତି ଏବଂ ଅପମାନଜନକ ଆଚରଣ ନୀତି ବୋଲି ଟ୍ୱିଟର ମୁଖପାତ୍ର କହିଛନ୍ତି । ଏହି ନିୟମ ସମ୍ପୂର୍ଣ୍ଣ ନ୍ୟାୟିକ ଓ ନିରପେକ୍ଷତା ଆଧାରରେ ପ୍ରୟୋଗ କରାଯାଇଛି ।