ଚଳଚ୍ଚିତ୍ର କଳାକାର କବିର ବେଦୀ ନୋବାଲ ପୁରସ୍କୃତ ଇନେଷ୍ଟୋ କାହାନଙ୍କ କୋଣାର୍କ ମନ୍ଦିର ପରିଦର୍ଶନ

(ଜୟନ୍ତ କୂମାର ସେଠୀ) : ଚଳଚ୍ଚିତ୍ର କଳାକାର କବିର ବେଦୀ ଓ ନୋବେଲ ପୁରସ୍କୃତ ଇନେଷ୍ଟୋ କାହାନ ନିଜ ପରିବାର ସହ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିର ର ପ୍ରାଚୀନ କଳାକୃତି, କୀର୍ତ୍ତିରାଜି ଓ ଭାସ୍କର୍ୟ୍ୟ ବିଶ୍ୱରେ ଅଦ୍ୱିତୀୟ ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ଦିର ନିର୍ମାତା ମହାରାଜା ଲାଂଙ୍ଗୁଳା ନରସିଂହ ଦେବ, ମୁଖ୍ୟ ସ୍ଥାପିତ ବିଶୁମହାରଣା,ବାରସହ ଶିଳ୍ପୀ ଓ ଧର୍ମପଦଙ୍କ କଥାକୁ ମନେପକାଇ ଥିଲେ । କୋଣାର୍କ ମଦିରରେ ଥିବା ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ବିଶ୍ଵ ରେ ପ୍ରସିଦ୍ଧ ଲାଭ କରିଛି ବୋଲି କବିର ବେଦୀ ଓ ଇନେଷ୍ଟୋ କାହାନ ପ୍ରକାଶ କରିଛନ୍ତି । ଇନେଷ୍ଟୋ କାହାନ ୧୯୮୫ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ କ୍ଷ