କୋଣାର୍କ ଉତ୍ସବକୁ ବନ୍ଦ କରିବାକୁ କୋଣାର୍କ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ଧମକ

(ଜୟନ୍ତ କୁମାର ସେଠୀ) : କୋଣାର୍କ ଯାତ୍ରୀ ନିବାସ ଠାରେ ଅବହେଳିତ ଦଶ ଟି ଗ୍ରାମର ଗ୍ରାମବାସୀ ଙ୍କୁ ନେଇ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି ।
ପୁରୀ ଜିଲ୍ଲା ଗୋପ ତହସିଲ ଅଧିନସ୍ଥରେ ଦଶଗୋଟି ମୌଜା ତଥା କୋଣାର୍କ, ମଧିପୁର, ବେରୀହଁ, ସୁତନ, ତାରକାର, ଖଲକାଠପାଟଣା, ଭୁଆଁ ଆଦି ଅଞ୍ଚଳର ଗ୍ରାମବାସୀ ମାନେ ୧୯୨୭ ମସିହା ଠାରୁ ରହିଆସୁଛନ୍ତି କ୍ଷ କିନ୍ତୁ ୧୯୫୨-୫୩ ମସିହାରେ ଜମିଦାରୀ ଉଛେଦ ହେବାପରେ କୋଣାର୍କ ଅଂଚଳରେ ଏହି ୧୦ଗୋଟି ଗ୍ରାମର ଗ୍ରାମବାସୀ ଙ୍କୁ ସରକାର ୧୯୬୨ ମସିହାରେ ହାତଲେଖା ପଟାଦେଇଥିଲେ। ପରେ ଏସବୁ ସମ୍ପତ୍ତିକୁ ବିନା ଫଇସଲା ଜାଗା ଘୋଷଣା କରିଦେଲେ ଦୀର୍ଘ ୫୦ ବର୍ଷ ହେବ କୋଣାର୍କ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି କୋଣାର୍କ ବନ୍ଦ ଓ ଅନେକ ଥର ଆନ୍ଦୋଳନ କଲେ ମଧ୍ୟ ସରକାର ଶୁଣୁ ନାହାନ୍ତି ବୋଲି କମିଟି ସଭାପତି କୁହନ୍ତି କ୍ଷ ଆସନ୍ତା ୨୯ ତାରିଖ ସୁଦ୍ଧା ସରକାର ଆମକୁ ଜମି ପଟା ନଦିଅନ୍ତି ତାହାଲେ ଆସନ୍ତା ୧ତାରିଖ ଠାରୁ ହେବାକୁ ଥିବା କୋଣାର୍କ ଉତ୍ସବ କୁ ବନ୍ଦ କରିବା ସହ କୋଣାର୍କ ର ସମସ୍ତ ରାସ୍ତା ଘକ୍ଷଟକୁ ଅବରୋଧ କରାଯିବ ବୋଲି ଭୁ ସୁରକ୍ଷା କମିଟି ଧମକ ଦେଇଛି କ୍ଷ ଏହି ଆଲୋଚନା ଚକ୍ର ରେ ଯୋଗଦେଇଥିଲେ ମିଡ଼ିଆ ସେଲର ସତ୍ୟପ୍ରକାଶ ନାୟକ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ୍ ମଙ୍ଗରାଜ।

.