(ଜୟନ୍ତ କୁମାର ସେଠୀ): ଓଡିଶୀ ଓ କୁଚୁପୁଡି ନୃତ୍ୟରେ କଂପିଲା କୋଣାର୍କ ମୁକ୍ତାକାଶ ରଙ୍ଗମଂଚ । କୋଣାର୍କ ଉତ୍ସବ ୩ୟ ସଂଧ୍ୟାରେ ଓଡିଶୀର ଲୀଳା ମାଧୁରୀ ଓ କୁଚୁପୁଡି ରେ ସୂର୍ପଣଖା ଦୁଃଖର ଅବତାରଣା ଘଣ୍ଟାଘଣ୍ଟା ଧରି ଉପସ୍ଥିତ ଦର୍ଶକ ମାନଙ୍କୁ ବାନ୍ଧି ରଖିଲା । କଳାକାର ମାନେ ରାଧା କୃର୍ଷ୍ନ ଙ୍କର ପ୍ରତି ବିଳାସର ପ୍ରସଙ୍ଗ ସହିତ ରାମାୟଣର ସୂର୍ପଣଖା ଚରିତ୍ର କୁ ନୃତ୍ୟ ମାଧ୍ୟମରେ ପରିବେଷିତ କରିଥିଲେ କଳାକାର । ସେପଟେ କାକରଭିଜା ଶୀତୁଆ ପଵନରେ ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ ।
ଏହି କୋଣାର୍କ ଉତ୍ସବ କୁ ଦେଖିବା ପାଇଁ ଦେଶ ତଥା ବିଦେଶରୁ ପର୍ୟ୍ୟଟକ ମାନଙ୍କର ଭିଡ ଜମୁଛି ଏଠାରେ । ଭାରତୀୟ କଳା ସଂସ୍କୃତି କୁ ଦେଶ ବିଦେଶ ରେ ପହଂଚାଇବା ପାଇଁ ଏହା ଏକ ମାଧ୍ୟମ ହୋଇପାରିଛି ।