କୋଇଡା : ପ୍ରଚଣ୍ଡ ଶବ୍ଦରେ ଥରିଲା କୋଇଡା । ପାଞ୍ଚ ସେକେଣ୍ଡ ମଧ୍ୟରେ ୨ଥର ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ। ଆଜି ଦିନ ପ୍ରାୟ ୧୧ ଟା ବାଜି ୧୫ ମିନିଟ ସମୟରେ ଏହି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଫଳରେ ଭୟରେ ଲୋକ ଘରୁ ବାହାରି ଆସିଥିଲେ । ଏହି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ କୋଇଡା,ଟେନ୍ସା, ବଣାଇ ଓ ବଡବିଲରେ ମଧ୍ୟ ଶୁଣିବାକୁ ମିଳିଥିଲା । ପ୍ରଚଣ୍ଡ ଶବ୍ଦ ବେଳେ କୋଇଡା ଆକାଶରେ ଦେଖାଯାଇଥିଲା ରକେଟ ଜିବା ପରର ଧୂଆଁ ଧୂଆଁ ଚିତ୍ର । ତେବେ ଏହି ପ୍ରଚଣ୍ଡ ଶବ୍ଦ କଣ ଏବଂ କୋଉଠୁ ଆସିଲା ତାହା ଜଣାପଡିନାହିଁ ।