ମକା ଶରୀରରେ ପାଚନ ଶକ୍ତି ସକ୍ରିୟ କରେ
ବର୍ତ୍ତମାନ ବର୍ଷା ଦିନ। ଏହି ଦିନେ ମକା ଖାଇବାର ମଜା ବେଶ୍ ନିଆରା। ଅଧିକାଂଶ ଲୋକ ବର୍ଷା ଦିନେ ଗରମ ଗରମ ମକା ଖାଇବାକୁ ଭାରି ପସନ୍ଦ କରନ୍ତି ।
ବର୍ତ୍ତମାନ ବର୍ଷା ଦିନ। ଏହି ଦିନେ ମକା ଖାଇବାର ମଜା ବେଶ୍ ନିଆରା। ଅଧିକାଂଶ ଲୋକ ବର୍ଷା ଦିନେ ଗରମ ଗରମ ମକା ଖାଇବାକୁ ଭାରି ପସନ୍ଦ କରନ୍ତି । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏହାର ଲାଭ ମଧ୍ୟ ସେତିକି ଅଧିକା। ମକା ଖାଇବା ଦ୍ୱାରା ଆମ ଶରୀରରକୁ ପ୍ରୋଟିନ୍, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ, ଖଣିଜ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମିଳିଥାଏ । ମକା ଆମ ପାଚନ ଶକ୍ତିକୁ ସକ୍ରିୟ କରେ। ଏଥିସହ ଏହା ଆମକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରେ। ତେବେ ଏହାକୁ ଖାଇବା ଦ୍ୱାରା ଆଉ କେଉଁ ସବୁ ଲାଭ ମିଳିଥାଏ ଆସନ୍ତୁ ଜାଣିବା।
୧. ସୁଇଟ୍ କର୍ଣ୍ଣ ବା ମକାରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆମ ଆଖି ପାଇଁ ବେଶ ଲାଭଦାୟକ । ମକା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ। ମକାରେ କାରୋଟିନଏଡ୍ ଥାଏ, ଏହା ଦୃଷ୍ଟି ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ।
୨.ମକା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ନିଜ ଖାଦ୍ୟରେ ସାମିଲ କରି ଆପଣ କୋଷ୍ଟକାଠିନ୍ୟ, ଗ୍ୟାସ୍, ଅମ୍ଳତା ସମସ୍ୟାରୁ ମୁକ୍ତି ପାଇପାରିବେ।
୩.ଓଜନ କମାଇବାରେ ବି ସାହାଯ୍ୟ କରେ ମକା। ଏହାକୁ ଖାଇବା ଦ୍ୱାରା ଶୀଘ୍ର ପେଟ ପୂରିଯାଏ ଏବଂ ସହଜରେ ଭୋକ ହୁଏନି। ମକାରେ ଫ୍ୟାଟ୍ ଅଂଶ ବହୁତ କମ୍ ଥାଏ, ତେଣୁ ଏହା ଓଜନ କମାଇବରେ ସହାୟକ ହୋଇଥାଏ।
୪.ସୁଇଟ୍ କର୍ଣ୍ଣ ବା ମିଠା ମକା ଖାଇବା ଦ୍ୱାରା ଏନିମିଆ ତଥା ରକ୍ତହୀନତାର ଆଶଙ୍କା କମିଯାଏ। ମକରରେ ଭିଟାମିନ୍ B12, ଫୋଲିକ୍ ଏସିଡ୍ ଏବଂ ଆଇରନ୍ ଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ।
୫. ଭିଟାମିନ B6, ଆଇରନ୍, ଭିଟାମିନ-A, ଥିଆମିନ୍, ଜିଙ୍କ ଏବଂ ମାଗ୍ନିଶିଅମ ମକାରେ ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏଥିରେ ଏହା ଇମ୍ୟୁନିଟି ପାୱାରକୁ ମଧ୍ୟ ମଜଭୁତ କରିଥାଏ।