ହ୍ୱାଟସଆପରେ ନନ୍ଦନକାନନ ଟିକେଟ ବୁକିଂ : ଘରେ ବସି କରିବେ ଟିକେଟ ବୁକିଂ

ଭୁବନେଶ୍ବର : ଟିକେଟ୍ କାଟିବାକୁ ଆଉ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ଏଣିକି ହ୍ୱାଟସ୍ ଆପ୍ ରେ ହୋଇପାରିବ ଟିକେଟ୍ । ନନ୍ଦନକାନନରେ ଡିଜିଟାଲ୍ ବୁକିଂ ଆରମ୍ଭ ହୋଇଛି। ଗତ ଶନିବାର ହ୍ୱାଟସ୍ ଆପ୍ ବେସଡ୍ ଟିକେଟ ବୁକିଂ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ। ହ୍ୱାଟସ୍ ଆପ୍ କ୍ୟୁଆର୍ କୋର୍ଡରେ ସ୍କାନ କରି ଟିକେଟ୍ କରିହେବ ।

ନନ୍ଦନକାନନରେ ଏହି ଅତ୍ୟାଧୁନିକ ସେବା ଭାରତରେ ପ୍ରଥମ । ନନ୍ଦନକାନନ ପକ୍ଷରୁ ଏକ ହ୍ୱାଟସ ଆପ୍ ନମ୍ବର ମଧ୍ୟ ଜାରି ହୋଇଛି। ୭୬୭୧୮୪୪୮୫୬ ନମ୍ବରରେ ମେସେଜ କରି ଟିକେଟ ବୁକିଂ କରିପାରିବେ ପର୍ଯ୍ୟଟକ । ତିନି ଟି ଭାଷାରେ ହ୍ୱାଟସ୍ ଆପରେ ଟିକେଟ ବୁକିଂ ହୋଇପାରିବ । ଟିକେଟର ସମୟସୀମା ଗୋଟିଏ ଦିନ ରହିବ ।

ହ୍ୱାଟସ୍‌ଆପ୍‌ ନମ୍ବର 7671844856 ରେ ହାଏ(HY) ମେସେଜ୍‌ କଲେ , ୱେଲକମଟୁ ନନ୍ଦନକାନନ ଆସିବ। ଏହାପରେ ଆପଣଙ୍କ ୩ଟି ଭାଷା( ଇଂରାଜୀ, ହିନ୍ଦୀ, ଓଡ଼ିଆ) ଭାଷା ଅପସନ୍‌ ଆସିବ। ଏହାପରେ ଆପଣ ଭାଷା ଅପସନ୍‌ରେ କ୍ଲିକ କରିବା ପରେ ଆପଣଙ୍କ ଟିକେଟ ଦର ଆସିବ। ଏହାପରେ ଆଗକୁ ବଢିବା ପରେ ଆପଣଙ୍କ ଟିକେଟ ଦର ଦେବା ପାଇଁ ଏକ ଫୋନ୍‌ ପେ ଲିଙ୍କ୍‌ ଆସିବ। ତାହା ମାଧ୍ୟମରେ ଆପଣ ଟଙ୍କା ଡିପୋଜିଟ୍‌ କରି ଟିକେଟ ପାଇ ପାରିବେ।

ଅନ୍ୟପଟେ ନନ୍ଦନକାନନ ଟିକେଟ କାଉଣ୍ଟରରେ ମଧ୍ୟ ଲଗାଯାଇଛି ବାରକୋର୍ଡ, whats up ଅନ କରି ମୋବାଇଲ କ୍ୟାମେରାରେ ବାରକୋଡ଼କୁ ସ୍କାନ କଲେ ଟିକେଟ କାଟିବାର ପ୍ରଣାଳୀ ଶୋ କରିବ, କେତେଜଣଙ୍କ ପାଇଁ ଟିକେଟ କଟାଯିବ ବୟସ୍କ, ମଧ୍ୟମିତ, ଛୋଟ ପିଲା କେତେଜଣ ସିଲେକ୍ଟ କଲାପରେ ଅନ ଲାଇନ ମାଧ୍ୟମରେ କେତେଟଙ୍କା କଟିବ ଶୋ କରିବ, ଫୋନ ପେ, ଗୁଗୁଲ ପେ, ପେଟିଏମ ଆଦି ମାଧ୍ୟମରେ ଟିକେଟ ପେମେଣ୍ଟ କରିପାରିବେ। ପରେ ଟିକେଟ ମେସେଜ ଆସିବ।ମେସେଜ ଦେଖାଇ ପ୍ରାଣୀଉଦ୍ୟାନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ।ଏହି ସୁବିଧାରେ ବର୍ତ୍ତମାନ ସୁଦ୍ଧା ୫୨୩୨ ଜଣ ପର୍ଯ୍ୟଟକ ଟିକେଟ କାଟି ବୁଲିବାର ସୁବିଧା ପାଇସାରିଛନ୍ତି ବୋଲି ନନ୍ଦନକାନନ କତୃପକ୍ଷଙ୍କ ଠାରୁ ସୂଚନା ମିଳିଛି