ଶୁବମନ ଙ୍କ ଜାଗାରେ କେଏଲ ରାହୁଲ ଅଧିନାୟକ

ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ସିରିଜରେ ଭାରତୀୟ ଟିମର ଅଧିନାୟକ ଦାୟିତ୍ବ ୱିକେଟକିପର ବ୍ୟାଟର କେଏଲ ରାହୁଲଙ୍କୁ ଦିଆଯାଇଛି । ଶୁବମନ ଗିଲଙ୍କ ଆହତଜନିତ ସମସ୍ୟା ଯୋଗୁଁ କେଏଲ ରାହୁଲଙ୍କ ଦାୟିତ୍ବ ମିଳିଛି । ଦିନିକିଆ ଦଳରେ ତିଳକ ବର୍ମାଙ୍କୁ ସାମିଲ୍ କରାଯାଇଛି । ଦୀର୍ଘ ଦିନ ପରେ ଟିମକୁ ଫେରିଛନ୍ତି ଋତୁରାଜ ଗାଏକ୍ଵାଡ଼ ।

KL Rahul likely to become new RCB captain, Virat Kohli's retention number  revealed - Crictoday

ରାହୁଲଙ୍କୁ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌କୁ ଦୃଷ୍ଟିରେ ରଖି ନେତୃତ୍ୱ ଦିଆଯାଇଛି। ଗତ ୧ ବର୍ଷ ମଧ୍ୟରେ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ୍‌ ଖେଳିଥିବାରୁ ରିଷଭ ପନ୍ତଙ୍କୁ ଏହି ଗୁରୁଦାୟିତ୍ୱ ଲାଗି ଗୁରୁତ୍ୱ ଦିଆଯାଇ ନାହିଁ । ଗିଲ୍‌ ସୁସ୍ଥ ହୋଇ ଆସନ୍ତା ବର୍ଷ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଲାଗି ଦିନିକିଆ ଦଳକୁ ଫେରିବା ନେଇ ଆଶା କରାଯାଉଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଆସନ୍ତା ୩୦ ତାରିଖରେ ରାଞ୍ଚିଠାରେ ଆରମ୍ଭ ହେବାକୁ ସିରିଜର ଅନ୍ତିମ ଦୁଇ ମ୍ୟାଚ୍‌ ରାଇପୁର (ଡିସେମ୍ବର ୩) ଓ ବିଶାଖାପାଟଣା (ଡିସେମ୍ବର ୬)ରେ ଖେଳାଯିବ।

India ODI squad for South Africa series announced; KL Rahul named captain

ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା, ଲୋକେଶ ରାହୁଲ (ଅଧିନାୟକ ଓ ଉଇକେଟକିପର), ରିଷଭ ପନ୍ତ (ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ୱାଡ, ପ୍ରସିଦ୍ଧ କ୍ରିଷ୍ଣା, ଧ୍ରୁବ ଜୁରେଲ ଓ ଅର୍ଶଦୀପ ସିଂ।

May be an image of text that says 'INDIA'S SQUAD vs SOUTH AFRICA ROHIT SHARMA YASHASVI JAISWAL VIRAT KOHLI TILAK VARMA KL RAHUL (ር) (WK) RISHABH PANT (WK) WASHINGTON SUNDAR RAVINDRA JADEJA KULDEEP YADAV NITISH KUMAR REDDY apollo TY የየር TYRES INDIA HARSHIT RANA RUTURAJ GAIKWAD PRASIDH KRISHNA ARSHDEEP SINGH DHRUV JUREL (WK) CricTracker'