କେନ୍ଦ୍ରୀୟ ଡେପୁଟେସନରେ ଯିବେ କ୍ରିଷନ କୁମାର

ଭୁବନେଶ୍ୱର: କ୍ୟାବିନେଟର ନିଯୁକ୍ତି କମିଟି ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବ ସମାନସ୍ତରରେ ଅଧିକାରୀଙ୍କ ନିଯୁକ୍ତି / ପ୍ରତ୍ୟାବର୍ତନକୁ କରିଛନ୍ତି ଅନୁମୋଦନ । ଏହି କ୍ରମରେ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । କର୍ମଚାରୀ, ଜନସ୍ୱାସ୍ଥ୍ୟ ଏବଂ ପେନସନ ମନ୍ତ୍ରଣାଳୟ ଅଧୀନରେ ଥିବା ଏସିସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀଡଃ କ୍ରିଷନ କୁମାରଙ୍କୁ ମନ୍ତ୍ରଣାଳୟ ବାଣିଜ୍ୟ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହି ଦାୟିତ୍ୱରେ ସେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି କେନ୍ଦ୍ର ସରକାରଙ୍କ ପକ୍ଷରୁ । ୨୦୦୨ ବ୍ୟାଚର ଆଇଏସ ଅଧିକାରୀ ଡଃ କିଷନ କୁମାର ବର୍ତମାନ ସଚିବ କାର୍ଯ୍ୟ ବିଭାଗ ଭାବରେ କାମ କରୁଛନ୍ତି ଏବଂ ମୁଖ୍ୟ ପ୍ରଶାସକ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରମୁଖ ପଦବୀରେ ଅଛନ୍ତି । ତେବେ ଆଜି ତାଙ୍କର ବଦଳି ପରେ ତାଙ୍କୁ ବାଣିଜ୍ୟ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହି ପଦବୀରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୫ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କ୍ରିଷନ କୁମାରଙ୍କୁ ଏହି ପଦବୀରେ ରହିବାକୁ ପଡ଼ିବ । ସମ୍ପ୍ରତି କ୍ରିଷନ କୁମାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ସହ ପୁରୀ ଏବଂ ଜନସମ୍ପର୍କ ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ପୁରୀ କୋଣାର୍କ ବିକାଶ ପ୍ରାଧୀକରଣ ଏବଂ ଓଡ଼ିଶା ବ୍ରିଜ ନିର୍ମାଣ ନିଗମର ଥିଲେ ଚେୟାରମ୍ୟାନ ।
୧୯୭୧ ମସିହାରେ କିଷନ କୁମାର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କିରୋରି ମାଲ ଆରମ୍ଭ କରିଥିଲେ କଲେଜରେ ଶିକ୍ଷାଦାନ । ୧୯୮୧ରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ସେନ୍ଟ୍ରାଲ ଇନଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ପ୍ରାୟ ସମାନ ସମୟରେ ଦିନାମାନରେ ପିଲାମାନଙ୍କ ଶିକ୍ଷା ବିଷୟରେ ଲେଖିବା ପାଇଁ କରିଥିଲେ ପ୍ରୟାସ । ଆଧୁନିକ ହିନ୍ଦୀର ପ୍ରମୁଖ କବି ତଥା ଲେଖକ ଏହାର ସମ୍ପାଦକ ରଘୁବୀର ସାହାଙ୍କ ପ୍ରଭାବରେ ଆସିଥିଲେ । କୁମାରଙ୍କ ପ୍ରଥମ ପୁସ୍ତକ, ରାଜ, ସମାଜ ଅର୍କ ଶିଖା, ଦିନାମାନରେ ପ୍ରକାଶିତ କେତେକ ପ୍ରବନ୍ଧର ସଂଶୋଧିତ ସଂସ୍କରଣ ଉପସ୍ଥାପନ କରିଛନ୍ତି ।
୨୦୧୧ରେ ଭାରତର ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷା କ୍ଷେତ୍ରରେ ୨୦୦୪ ରୁ ୨୦୧୦ ପର୍ୟ୍ୟନ୍ତ ପ୍ରଫେସର କୁମାର ଦିଲ୍ଲୀର ନ୍ୟାସନାଲ୍ କାଉନସିଲ୍ ଫର୍ ଏଜୁକେସନାଲ୍ ରିସର୍ଚ୍ଚର ନିର୍ଦ୍ଦେଶକ ଭାବରେ କାର୍ୟ୍ୟ କରିଥିଲେ।