(ବ୍ୟରୋ) : ଦର୍ଶକ ବନ୍ଧୁ ଜନ୍ମ ମୃତ୍ୟୁର ସଂସ୍କରଣକୁ ନେଇ ରହିଛି ଅନେକ କଥା ଅନେକ କାହାଣୀ । ଏ ମଣିସ ଜାତି ତାର ଜନ୍ମଠୁ ଆରମ୍ଭ କରି ମୃତ୍ୟ ପର୍ଯ୍ୟନ୍ତ ମାନିଥାଏ ଅନେକ ନିୟମ । ହେଲେ ଆପଣ ଜାଣିଛନ୍ତି କି, ଜଣେ କିନ୍ନର ତାର ଶେଷ ନିଶ୍ୱାସ ତ୍ୟାଗ ପରେ ଅନ୍ତିମ କ୍ରିୟାର କଣ ସବୁ ରହିଛି ନିୟମ?
ଜଣେ କିନ୍ନର ଜନ୍ମନେଲେ ତାକୁ ଆଡ ଆଖିରେ ଦେଖନ୍ତି ଲୋକେ । ତାକୁ ଦଳିତ , ନିସ୍ପେସିତ ଆଉ ସମାଜଠୁ ବାସନ୍ଦ କରାଯାଇଥାଏ । ଏପରିକ ନିଜ ପରିବାର ଠାରୁ ତାକୁ ଦୁରେଇ ଦିଆଯାଏ । ଆଉ ଅନ୍ୟ ଦୟାର ପାତ୍ର ହୋଇ ନିଜ ଜୀବନ ବିତାଇ ବାକୁ ପଡି ଥାଏ । କେହି ତାକୁ ନିନ୍ଦା ଅପବାଦ ଓ ଘୃଣା କରୁଥିବା ବେଳେ, ଅନେକ ତାଙ୍କୁ ଦୟାର ଦୃଷ୍ଟିରେ ଦେଖିଥାନ୍ତି । ହେଲେ ସେମାନେ ଭାରି ସ୍ୱାଭିମାନୀ । ବଞ୍ଚିଥିବା ବେଳେ ସିନା ଦୟାର ପାତ୍ର ହୋଇ ବଞ୍ଚିଥାନ୍ତି , ହେଲେ ମୃତ୍ୟୁପରେ ହୋଇ ଯାଇଥାନ୍ତି ସ୍ୱତନ୍ତ୍ର । କାରଣ ସେମାନେ ଯେଉଁ ଟଙ୍କା ଅନ୍ୟର ଦୟାରେ ଆଣିଥାନ୍ତି , ତାକୁ କେବେ ହେଲେ ନିଜ ଅନ୍ତଃକ୍ରିୟାରେ ଲଗାଇ ନ ଥାନ୍ତି । ତାଙ୍କ ଭାବନାରେ ସେହି ଟଙ୍କାରେ ରହିଛି ଅନ୍ୟର ଦୟା । ଯଦି ସେହି ଟଙ୍କା ଜଣେ କିନ୍ନରର ଦାହ ସମୟରେ ଲଗାଯାଏ, ତେବେ ତାଙ୍କ ଆତ୍ମା ଶାନ୍ତି ପାଇ ନଥାଏ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ କିନ୍ନର ମୃତ୍ୟ ପରେ ତାକୁ କାନ୍ଦି କି ନୁହେଁ ବରଂ ତାଳି ମାରି ନାଚି ଅତି ଆନନ୍ଦର ସହ ତାର ଶେଷ କୃତ ସମ୍ପନ୍ନ କରାଯାଇଥାଏ । ଦେହରେ ହଳଦୀ ମାଖୀ, ମଥାରେ ନାଲି ସିନ୍ଦୁର ଆଉ ପାଦରେ ଅଳତା ଲଗାଇ ପୁରା ଜଣେ ସଧବା ନାରୀ ଭଳି ସଯାଇଥାଏ । ସବୁଠୁ ବଡ କଥା ହେଉଛି ଯେ , ମୃତ କିନ୍ନରର ସାଥୀ ତାକୁ ଚପଲରେ ମାରିଥାନ୍ତି । କାରଣ ସେ ଏହି ଜନ୍ମରେ ଯେଉଁ ସବୁ ପାପ କରିଥିବ ସେଥିରୁ ସେ ମୁକ୍ତି ପାଇଯିବ । ଆଉ ତାଳିମାରି ନିଜ ଛାତିରେ ଚାପୁଡା ମାରି ହାଏ ହାଏ କହି ତାକୁ ଆର୍ଶୀବାଦ ଦେଇଥାନ୍ତି । ଆଉ ପରେ ତାର ଜନନୀନ୍ଦ୍ରୀୟକୁ କାଟି ଦେଇଥାନ୍ତି । ଆଉ କାମନା କରିଥାନ୍ତି ଆର ଜନମରେ ସେ ଯେମିତି ଏ କିନ୍ନର ଜନ୍ମ ନ ପାଉ । ସେ ମାନଙ୍କର ମାନ୍ୟତା ରହିଛି ଯଦି ମୃତ୍ୟୁପରେ ଗୋଟିଏ କିନ୍ନରର ସବକୁ କେହି ପୁରୁଷ ଦେଖେ ତେବେ ସେ କୁଆଡେ ରାଜା ହୋଇଥାଏ । ଆଉ ଯିଏ ତାକୁ ଉପହାସ କରେ ତା ପରିବାରରେ କେହି ନା କେହି କିନ୍ନର ଜନ୍ମ ନେଥାଏ । ସେଥିପାଇଁ ତ ଘନ ଅନ୍ଧକାର ଭିତରେ କିନ୍ନରର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥାଏ ।