ପ୍ରେମିକାକୁ ଛେଚି ଛେଚି ହତ୍ୟା !

ଉଦଳା : ଆଉ କେତେ କଣ ହେଲେ ଚେତିବେ ଯୁବପିଢ଼ୀ । କେତେ ଖବର ଶୁଣିଲେ ଆଉ ଆଖି ଆଗରେ ଦେଖିଲେ ସେମାନଙ୍କର ପସିବ ବୁଦ୍ଧି । ଆଜ୍ଞା ହଁ ରାଜ୍ୟରେ ଏବେ ଇଲେକ୍ସନ ପରେ ଯଦି କିଛି ଖବର ଚର୍ଚ୍ଚାରେ ରହିଛି ତାହା ହେଉଛି ପ୍ରେମ ସମ୍ପର୍କ । କେଉଁଠି ପ୍ରେମିକା ପାଇଁ ପ୍ରେମିକ ମରୁଛି ତ କେଉଁଠି ପ୍ରେମିକ ପାଇଁ ପ୍ରେମିକା । ରାଜଧାନୀଠୁ ନେଇ ଅନୁଗୁଳ ଆଉ ଏବେ ମୟୁରଭଞ୍ଜ । କିନ୍ତୁ ଏବେ ସବୁ ସିମା ଟପିଛି ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଏହି ଲୋମ ଟାଙ୍କୁରା ଘଟଣା ।

ଏଠି କାହା ପାଇଁ କେହି ନୁହଁ ବରଂ ଉଭୟ ପ୍ରେମିକ ପ୍ରେମିକା ମାରପିଟ ଲାଗି ତୁମୁଳ କାଣ୍ଡ ଘଟାଇଛନ୍ତି । ଯାହାର ପରିଣତି ଭାବେ ଜୀବନ ଦେବାକୁ ପଡ଼ିଛି ପ୍ରେମିକାକୁ । କିଏ କହୁଛି ପ୍ରେମିକ ପଥରରେ ଛେଚି ପ୍ରେମିକାକୁ ହତ୍ୟା କରିଛି ତ ଆଉ କିଏ କହୁଛି ପ୍ରେମିକା ପ୍ରଥମେ ଆକ୍ରମଣ କରିଥିଲା । ଖୁଂଟା ଥାନା ରାଇଡିହି ଗ୍ରାମର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାସିପିଠା ଅଂଚଳର ମୁନୁଟୁଡ଼ୁ ନାମକ ଜଣେ ଯୁବକ ସପନଚୁଆ ଗ୍ରାମର ବୁଦ୍ଧୁନିଙ୍କୁ ପ୍ରେମ କରୁଥିଲେ । ସବୁକିଛି ଠିକ ଚାଲିଥିଲା । ପ୍ରେମ ପକ୍ଷୀ ପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରିବୁଲୁଥିଲେ । ଚୁଇଙ୍ଗରୁ ମିଠା ସରିବା ପରି ଉଭୟଙ୍କ ସମ୍ପର୍କରେ ମଧ୍ୟ ମିଠା ସରିଆସିଥିଲା । ଯେଉଁଥିପାଇଁ ଉଭୟଙ୍କ  ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା । ଏପରିକି ଝଗଡ଼ା ଉଗ୍ର ରୂପ ନେଇ ମାରପିଟ ପର୍ଯ୍ୟନ୍ତ କଥା ପହଁଚିଥିଲା । ଶେଷରେ ପ୍ରେମିକକ ଜଣଙ୍କ ଏକ ବଡ଼ ପଥରେ ପ୍ରେକିକାଙ୍କୁ ଚେଛି ହତ୍ୟା କରିଥିଲେ । ଅନ୍ୟପଟେ ଉଭୟଙ୍କ ଆକ୍ରମଣରେ ମନୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଘଟଣା ସଂମ୍ପର୍କରେ ଖବର ପାଇଁ ଖୁଂଟା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।