(ରଜନୀକାନ୍ତ ପାତ୍ର / ହିଂଜିଳି କାଟୁ ): ଯୁବକଙ୍କ ଦୁଇ କିଡ଼ନୀ ଫେଲ । ପେଟ ପୋଷୁଛନ୍ତି ବୃଦ୍ଧ ବାପା ମା । ପଥର ଦେଉଛି ଦି ଓଳା ଖାଦ୍ୟ । କିଡ଼ନୀ ପାଇଁ ସରକାର ଏବଂ ସଦହୃଦୟ ବ୍ୟକ୍ତିତ୍ୱ ଙ୍କୁ ଜଋଚଙଜଞଋଜଝ ଞଙଊଇଣ ମାଧ୍ୟମରେ ଆକୁଳ ମିନତୀ କରିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଠୁ ମାତ୍ର ୨କିଲୋମିଟର ଦୂରରେ ଥିବା ଚୁଡଙ୍ଗପୁର ଗାଁ ର ସୀମାଞ୍ଚଳ ବାଡ଼ତ୍ୟା ।
ଅଭିମନ୍ୟୁ ବାଡତ୍ୟା ଙ୍କ ପୁଅ ସୀମାଞ୍ଚଳଙ୍କୁ ଯୁବ ଅବସ୍ତାରେ ଦାଉ ସାଧୁଛି ଦଇବ । ମାତ୍ର ୩୪ ବର୍ଷ ବୟସରେ ନିଜ ର ଦୁଇ ଦୁଇ ଟି କିଡନୀ ହରାଇଛନ୍ତି ସୀମାଞ୍ଚଳ । ଦିନ ଯେତିକି ଗଡୁଛି ମୃତ୍ୟୁ ସେତିକି ପାଖେଇ ଆସୁଛି । ନିକଟ ରେ ଥିବା ପଥର ପାହାଡ଼ ରେ ପଥର ଫଟାଇ ପରିବାର ପୋଷୁଥିଲେ। ହେଲେ ଗୋଡ଼ ହାତ ଫୁଲିବା ଏବଂ ଦେହ ରୁ ରକ୍ତସ୍ରାବ ହେତୁ ଡାକ୍ତରଙ୍କୁ ଭେଟିଥିଲେ ସିମାଞ୍ଚଳ । ଡାକ୍ତରୀ ପରୀକ୍ଷା ପରେ ପରିବାର ଏବଂ ସୀମାଞ୍ଚଳଙ୍କ ପାଦ ତଳୁ ଖସି ଯାଇଥିଲା ମାଟି । ଜାଣିବାକୁ ପାଇଥିଲେ ନିଜର ଦୁଇ ଟି ଯାକ କିଡ଼ନୀ ଫେଲ ହୋଇଯାଇଛି । ପୁଅ ର ଖବର ଶୁଣି ବାପା ମା ଙ୍କ ଆଖିରୁ ଶୁଖୁନି ଲୁହ । ଵିଵାହ ର ୧୫ ବର୍ଷ ହୋଇଥିଲେ ବି ଦୁଇଟି ସନ୍ତାନ ହରାଇଛନ୍ତି ସ୍ତ୍ରୀ ଅଞ୍ଜଳି । ଯଦି କେହି କିଡ୍ନୀ ଦାନ କରିବେ ତେବେ ସ୍ୱାମୀ ସୀମାଞ୍ଚଳ ବଂଚି ପାରିବେ ବୋଲି ସ୍ତ୍ରୀ ଅଞ୍ଜଳି କହିଛନ୍ତି ।
ବିବାହ ପରେ ସୀମାଞ୍ଚଳ ଗାଁ ପାହାଡ଼ ରେ ପଥର କାମ ଛାଡି ସୁଦୂର ଆନ୍ଧ୍ର ରେ କପା କମ୍ପାନୀ ରେ କରୁଥିଲେ କାମ । ଗତ ୨୦୧୯ ରେ ମାଡି ବସିଲା ରୋଗ । ଜାଣିନଥିଲେ ନିଜର ଦୁଇ କିଡ଼ନୀ ଫେଲ ହୋଇଯିବ । ଭଙ୍ଗା ଦଦରା ଘରେ ପଡିରହିଛନ୍ତି ପୁରା ପରିବାର । ଗରିବ ଦରିଦ୍ର ଶ୍ରେଣୀର ହୋଇଥିଲେ ସୁଦ୍ଧା ମିଳିପାରିନି ସରକାରୀ ସହାୟତା । ମୃତ୍ୟୁ ର ଆଭାସ ପାଇଥିବା ମନୁଷ୍ୟ ହେଉଛନ୍ତି ସୀମାଞ୍ଚଳ । ଆଉ ଅପେକ୍ଷା କରୁଛନ୍ତି ସଦହୃଦୟ ବ୍ୟକ୍ତି ଙ୍କୁ । ତାଙ୍କ ଦୁଃଖ ଶୁଣିଲା ପରେ ସରକାର ଙ୍କ ସହଯୋଗ ରେ କିଡ଼ିନୀ ମିଳିପାରିଲେ ମରଣ ମୁହଁରୁ ବଂଚିବା ର ରାହା ପାଇପାରିବେ ସୀମାଞ୍ଚଳ ।