ଖୋର୍ଦ୍ଧା: ଖୋର୍ଦ୍ଧା ସହର ଏବଂ ଯୁବପିଢୀଙ୍କୁ କିମିଆ କରିଛି ଧଳା ଜହର । ପ୍ରତିଦିନ ଚୋରି, ଡକାୟତି ଭଳି ଅପରାଧ କରି ବାଟବଣା ହେଉଛନ୍ତି ଦେଶର ଅନେକ ଭବିଷ୍ୟତ । ଏମାନଙ୍କ ନୂଆ ଟେକନିକ ଆଉ ବୁଦ୍ଧି ଆଗରେ ହାର ମାନୁଛି ପ୍ରଶାସନ । ଚଢାଉ କରି ଜହର ଜବତ କରିବା ସହ ଅପରାଧୀଙ୍କୁ ଗିରଫ କରୁଛନ୍ତି, ମାତ୍ର କେଇଟା ମୁହୂର୍ତ୍ତରେ ଖସି ଯିବାରେ ସକ୍ଷମ ହେଉଛନ୍ତି ମାଫିଆ ।
ଏମିତି ଆଉ ଏକ ଘଟଣା ଏବେ ସାମନାକୁ ଆସିଛି ଖୋର୍ଦ୍ଧା ଟାଉନ ଥାନା ଗୁରୁଜଙ୍ଗ ପତିତପାବନ ଛକରେ । ବ୍ରାଉନସୁଗାର ନେବା ପାଇଁ ଟଙ୍କାର ଆବଶ୍ୟକତା ପଡିବାରୁ ଏକ ମେଡିସିନ ଦୋକାନର କ୍ୟାସ କାଉଣ୍ଟରରୁ ଟଙ୍କା ଚୋରି କରୁଥିଲା ଜଣେ ଯୁବକ । କିନ୍ତୁ ଏହି ସମୟରେ ସ୍ତାନୀୟ ଲୋକେ ଏମାନଙ୍କୁ ଜବତ କରି ନେଇଥିଲେ । କେବଳ ଜବତ କରି ନଥିଲେ ଏକ ଖୁଣ୍ଟରେ ବାନ୍ଧି ଯୁବକକୁ ନିର୍ଦ୍ଧୁମ ମାଡ ମାରିଥିଲେ ଗ୍ରାମବାସୀ । ଏହି ଘଟଣାର ଭିଡିଓ ଏବେ ସୋଶଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।