ଖୋର୍ଦ୍ଧା / ରାକେଶ କୁମାର ଜଗଦେବ : ଦୁର୍ଘଟଣା ରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ମେଡିକାଲ ଆଣିଲେ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ବାଦଲ କୁମାର ମହାନ୍ତି । ଫଳରେ ବଞ୍ଚିଗଲା ମହିଳାଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ବାଦଲ କୁମାର ମହାନ୍ତି ଆସିଥିଲେ ଟାଙ୍ଗୀ ବ୍ଲକର ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିବା ପାଇଁ ଟାଙ୍ଗୀରୁ ସୁନ୍ଦର ପୁର ଯାଉଥିବା ବେଳେ ମଙ୍ଗଳା ଯୋଡି ନିକଟରେ ଗୋଟିଏ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଜଣେ ମହିଳା ବାଇକରୁ ଖସି ପଡି ଗୁରୁତର ହୋଇଥିଲେ । ମହିଳାଙ୍କର ମୁଣ୍ଡରେ ଗଭୀର କ୍ଷତ ଯୋଗୁଁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଏହାକୁ ଖାତିର ନକରି pdବାଦଲ ମହାନ୍ତି ମହିଳାଙ୍କୁ ଉଦ୍ଧାର ନିଜ ଗାଡିରେ ଆଣି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ଟାଙ୍ଗୀ ବିଡ଼ିଓ ଐଶର୍ୟ୍ୟା ସାମନ୍ତରାୟ ପହଂଚି ସମସ୍ତ ବନ୍ଦବସ୍ତ କରିଥିଲେ । ଏଠାରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳା ହେଲେ ବାଲି ପାଟ ପୁର ଗ୍ରାମର ଟିକିନା ବରାଳ । ୩୫ ବର୍ଷ. ସ୍ୱାମୀ ବିପିନ ବରାଳ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଲହ ଯୋଗୁଁ ପତ୍ନୀ ଟିକିନା ବିଷ ପାନ କରି ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାମୀଙ୍କ ସହ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା ।