ହିଂଜିଳି କାଟୁ (ରଜନୀ କାନ୍ତ ପାତ୍ର) : ସଂସ୍କୃତି ଓ ପରମ୍ପରା କୁ ନେଇ ସମୃଦ୍ଧ ଆମ ଓଡ଼ିଶା ପ୍ରଦେଶ । ଏଠି ବାର ମାସରେ ତେର ପର୍ବ ପାଳନ କରାଯାଏ । ସେଇ ମଧ୍ୟରୁ ଖୁଦୁରୁକୁଣୀ ଅନ୍ୟତମ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ଖୁଦୁରୁକୁଣୀ ଓସା ରବିବାର ଉଦଯାପିତ ହୋଇଯାଇଛି । କୁନି କୁନି ପିଲାଙ୍କ ତପୋଇ, ମା ମଙ୍ଗଳା ଓ ସାଧବ ପୁଅ ବେଶ ଆକର୍ଷଣୀୟ ହୋଇଥିଲା । ଏହି ସବୁ ବେଶ ରେ ସୁସଜ୍ଜିତ ହୋଇ ପିଲା ମାନେ ଗ୍ରାମ ପରିକ୍ରମା କରିଥିଲେ। ଭାଦ୍ରବ ମାସରେ ପଡ଼େ ଖୁଦୁରୁକୁଣୀ ଓଷା, କୁଆଁରୀ ଝିଅ ମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ଏହି ଓଷାକୁ । ପ୍ରତି ରବିବାର ଦିନ ଏହି ଓଷା ପାଳନ କରାଯାଏ । କିମ୍ବଦନ୍ତି ଅନୁଯାୟୀ ସାଧବ ପୁଅ ମାନେ ବ୍ୟବସାୟ ପାଇଁ ବିଦେଶ ଯାଇଥିବା ବେଳେ ଭଉଣି ତଅପୋଇ ଭାଉଜ ମାନଙ୍କ ଅତ୍ୟାଚାର ସହି ନପାରି ମା ମଙ୍ଗଳାଙ୍କୁ ପୂଜା କରିଥିଲେ ଭାଇମାନେ ଭଲରେ ଭଲରେ ନିଜ ପାଖକୁ ଫେରି ଆସିବାକୁ । ସେହିଦିନ ଠାରୁ ଭାଇ ମାନଙ୍କର ଓ ପରିବାରର ମଙ୍ଗଳ ପାଇଁ ବିଶେଷ କରି ଭଉଣି ମାନେ ଏହି ବ୍ରତ ରଖିଥାନ୍ତି । ଏଭଳି ଦୃଶ୍ୟ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।