ଓଡିଶା ସ୍କୁଲ କଲେଜ ଓ ଶିକ୍ଷକ,କର୍ମଚାରୀ ମିଳିତମଂଚର ଅନଦ୍ଦିଷ୍ଟ ସମୟପାଇଁ ବ୍ଲକ ସମ୍ମୁୁଖରେ ଧାରଣା

(ଏସ.କେ. ମୋହିନୁଲ) : ରାଜ୍ୟସରକାର ତଥା ଶିକ୍ଷାବିଭାଗର ଉଦାସୀନତା ଓ ବୈମାତୃକ ମନୋଭାବ ଫଳରେ ଦୀର୍ଘ ଅଗଷ୍ଟ ୧୬ତାରିଖରୁ ଭୂବନେଶ୍ବରର ଗାନ୍ଧିମାର୍ଗରେ ଆରମ୍ଭ ହୋଇଥିବା ଧାରଣା ସତ୍ବେ ସରକାର ଆଜି ପର୍ୟ୍ୟନ୍ତ କୌଣସି ଦାବୀ ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏଥିପାଇଁ ରାଜ୍ୟ ମିଳିତ ମଂଚର ନିଷ୍ପତି ଅନୁଯାୟୀ ଆଜିଠାରୁ ଦାବିପୂରଣ ନ ହେବା ପର୍ୟ୍ୟନ୍ତ ରାଜ୍ୟବ୍ୟାପି ସମସ୍ତ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ । ବ୍ଲକସମ୍ମୁଖରେ ୧୦୦ରୁ ଉର୍ଦ୍ଧ୍ବ ଶିକ୍ଷକ,ଶିକ୍ଷୟିତ୍ରି,ଅଧ୍ୟାପକ ଅଧ୍ୟାପିକା,କର୍ମଚାରି(ବ୍ଲକଗ୍ରାଣ୍ଟ ) ଧାରଣାରେ ବସିଥିଲେ ।