(ସେଖ୍ ମୋହିନୁଲ୍ ହକ୍ ) : ବାଣପୁର ବ୍ଲକ ର ଦୁଇ ବୃହତ ଆଦିବାସି ପଂଚାୟତ ଦାମିଆ ବରବରା ଓ ନିଳାଦ୍ରୀ ପ୍ରସାଦ । ଉକ୍ତ ଦୁଇ ପଂଚାୟତର ସଂରକ୍ଷଣ ଜଙ୍ଗଲ ଅଧିନରେ ଅବସ୍ଥିତ । ସର୍ବଶିକ୍ଷା ଅଭିଯାନ,ସମସ୍ତେ ପଢିବା ସମସ୍ତେ ବଢିବା, ବେଟି ପଢାଅ ବେଟି ବଞ୍ଚାଅ, ଏ ସମସ୍ତ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷାର ଅଭିବୃଦ୍ଧି ପାଇଁ, ଶିକ୍ଷାର ପ୍ରସାର ପାଇଁ ଯୋଜନାମାନ ପ୍ରସ୍ତୁତ କରାଯାଇଛି । ଶିକ୍ଷା ବିଭାଗ ଏହାକୁ କାର୍ଯ୍ୟକାରି କରୁଛି । ଏଥି ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି । କିନ୍ତୁ ଏହି ସବୁ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଆଦିବାସି ଅଞ୍ଚଳର ଛାତ୍ର ଛାତ୍ରୀମାନେ । ଆଦିବାସୀମାନେ ଏକ ସ୍ୱତନ୍ତ୍ର ଭାଷାଭାଷୀ ଅଟନ୍ତି । ସୋମନଙ୍କ ଭାଷାକୁ ହୃଦବୋଧ କରିବା ପରେ ଆମେ ତାଙ୍କୁ ସହଜରେ ଶିକ୍ଷା ଗ୍ରହଣ କରାଇଯାଇପାରିବ । ଏହିପରି ଏକ ମହାନ ଉଦ୍ଦେଶ୍ୟରେ ପଞ୍ଚାୟତର ମଧ୍ୟଭାଗରେ ଶିକ୍ଷାବିଭାଗ ଦ୍ୱାରା ଦୁଇଟି ପଞ୍ଚାୟତ ଦୁଇଟି ଶିକ୍ଷା ନିବାସ ନିର୍ମାଣ କରାଯାଇଛି । କିନ୍ତୁ ସେଠାରେ କୌଣସି ଶିକ୍ଷକ ଏପର୍ଯ୍ୟନ୍ତ ନିଯୁକ୍ତି ପାଇନାହାନ୍ତି । ଏନେଇ ଅଞ୍ଚଳବାସି ଆଞ୍ଚଳିକ ଶିକ୍ଷା ବିଭାଗ ତଥା ବିଡିଓଙ୍କ ଦୃଷ୍ଟିଗୋଚର କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କେବେ ସରକାର ଏଥିପ୍ରତି ଦୃଷ୍ଟିଗୋଚର କରିବେ ଅପେକ୍ଷା କରି ବସିଛନ୍ତି ଅଞ୍ଚଳବାସୀ ।