ନୂଆଦିଲ୍ଲୀ: ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହେଲେ ଓଡିଶାର ପାରା ଅଲିମ୍ପିଆନ ପ୍ରମୋଦ ଭଗତ । ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ପ୍ରମୋଦଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ସଫଳତା ପାଇଁ ତାଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରମୋଦ ଭଗତଙ୍କୁ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ପାଇବାରେ ସେ ପାଲଟିଛନ୍ତି ପ୍ରଥମ ଓଡିଆ । ସେହିପରି ଇଣ୍ଡିଆନ ହକି ଟିମର ଦୁଇ ଓଡିଆ ଖେଳାଳୀ ଅମିତ ରୋହି ଦାସ ଏବଂ ବିରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି ମାନ୍ୟବର ରାଷ୍ଟ୍ରପତି ।