ଉଦଳା : ଉଦଳା ବ୍ଲକ ଖଲାଡି ପଞ୍ଚାୟତର ବେଗୁନିଆଡ଼ିହକ୍ଷ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଏକଦିବସୀୟ ଫୁଟବଲ ଖେଳ ଉଦଘାଟିତ ହୋଇଯାଇଛି । ଏହି ଫୁଟବଲ ଟୁର୍ନାମେଣ୍ଟକୁ ଖଲାଡି ପଞ୍ଚାୟତର ସରପଞ୍ଚ ସସ୍ମିତା ବାରିକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଖୋଲାଡି ପଞ୍ଚାୟତର ସଭ୍ୟ ସବିତା ବେହେରା, ୨ନମ୍ବର ଜୋନ ଜିଲ୍ଲା ପରିଷଦ ଲଳିତା ବିଶୋଇ ଯୋଗ ଦେଇ ଏହି ଟୁର୍ନାମେଣ୍ଟକୁ ଶୁଭାରମ୍ଭ କରିଥିଲେ । ଏହି ଟୁର୍ନାମେଣ୍ଟ ରେ ଖୋଲାଡି ପଞ୍ଚାୟତ ର ୨୨ ଗୋଟି ୱାର୍ଡ ଭିତରୁ ୧୨ଗୋଟି ଟିମ ଗଠନ କରାଯାଇ ୮ଗୋଟି ପୁରଷ ଟିମ ସହ ୨ଗୋଟି ମହିଳା ଟିମ ସହ ଏହି ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି । ଏହି ଟୁର୍ନାମେଣ୍ଟ ରେ ବିଜୟ ଟିମ ସହ ଉଦଳା ବ୍ଲକ ସ୍ତରୀୟ ଟୁର୍ନାମେଣ୍ଟ ରେ ଏହି ଟିମ ଅଂଶଗ୍ରହଣ କରିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟୁର୍ନାମେଣ୍ଟ ରେ ଖୋଲାଡି ପଞ୍ଚାୟତ ର ପଞ୍ଚାୟତ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଭରତ ଚନ୍ଦ୍ର ହାତୀ, ପଞ୍ଚାୟତ ଗ୍ରାମ୍ୟ ରୋଜଗାର ସେବକ ମନୋଜ ବେହରା ଏବଂ ପଞ୍ଚାୟତ ର ୱାର୍ଡ ସଭ୍ୟ ସଭ୍ୟକ୍ଷ ଉପସ୍ଥିତ ରହିବକ୍ଷ ସହ ସ୍ଥାନୀୟ ଯୁବକ ମଧ୍ୟ ଏହି ଟୁର୍ନାମେଣ୍ଟ ରେ ସହଯୋଗ କରିଥିଲେ ।